ସମନ୍ୱୟର ପ୍ରତିଭୂ ଶ୍ରୀଜଗନ୍ନାଥ
ଭାରତବର୍ଷରେ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ପ୍ରାଚୀନ କାଳରୁ ଯେତେ ଦେବାଦେବୀ ଉପାସିତ ହୋଇ ଆସୁଛନ୍ତି ସେମାନଙ୍କ ମଧ୍ୟରୁ କେହି ହେେଲେ ଦାରୁ ବା କାଷ୍ଠରେ ନିର୍ମିତ ନୁହନ୍ତି । ଦାରୁ ଦେବତା କହିଲେ ଶ୍ରୀ ଜଗନ୍ନାଥଙ୍କ ବିନା ଆଉ କେହି ନୁହନ୍ତି । ଏକା ଶ୍ରୀଜଗନ୍ନାଥ ହିଁ ଦାରୁ ଦେବତାରୂପେ କେଉଁ ସ୍ମରଣାତୀତ କାଳରୁ ପୂଜାପାଇ ଆସୁଛନ୍ତି । ବିଶେଷତଃ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବ୍ୟତୀତ ଅନ୍ୟକୌଣସି ଦେବମନ୍ଦିରରେ ଆବ୍ରାହ୍ମଣ ଚଣ୍ଡାଳ ଏକା ପାତ୍ରରେ ଶଙ୍ଖୁଡ଼ି ଭୋଜନ କରିବା କୁତ୍ରାପି ଶୁଣିବାକୁ ମିଳେନାହିଁ । ଜଗନ୍ନାଥଙ୍କ ଭୋଗ ସାମଗ୍ରୀ ବିନା ଅନ୍ୟ କୌଣସି ଦେବତାଙ୍କ ଭୋଗ ସାମଗ୍ରୀକୁ ମହାପ୍ରସାଦ ବା କୈବଲ୍ୟ ଆଖ୍ୟା ଦିଆଯାଇ ନାହିଁ । ଏହାର ସ୍ପର୍ଶରେ ଜାତିଗତ ବାରଣ ନାହିଁ । ଖାଦ୍ୟରେ ଉଚ୍ଛିଷ୍ଟ ନାହିଁ । ଆଚାଣ୍ଡାଳ ବ୍ରାହ୍ମଣ, ଧନୀ ଦରିଦ୍ର, ରାଜାପ୍ରଜା ଏଠାରେ ସମସ୍ତେ ସମାନ, ସମସ୍ତେ କୈବଲ୍ୟର ଅଧିକାରୀ । ଏହା ହେଉଛି ଓଡ଼ିଶା ଜଗନ୍ନାଥଙ୍କ ମୌଳିକ ବିଶେଷତ୍ୱ ।
ମାତ୍ର ଗଭୀର ଅନୁଶୋଚନାର ସହିତ ଉଲ୍ଲେଖ କରାଯାଇ ପାରେ ଯେ ପୁରାଣ ଯୁଗରୁ ଆରମ୍ଭକରି ଚଳିତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଯାଏ ପୌରାଣିକ, ଐତିହାସିକ ତଥା ଧର୍ମ ଧ୍ୱଜାଧାରୀ ପଣ୍ଡିତମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଧାରଣାମାନ ପୋଷଣ କରାହୋଇଛି । ହେଲେ ଆଜିଯାଏ ସୁଦ୍ଧା କେବେ କିପରି କାହାଦ୍ୱାରା ଶ୍ରୀଜଗନ୍ନାଥଙ୍କ ପୂଜାର ପ୍ରବର୍ତ୍ତନ କରାଗଲା ସେ ବିଷୟରେ କୌଣସି ସବିଶେଷ ତଥ୍ୟ ନିଃସନ୍ଦିଗ୍ଧ ଭାବେ ପ୍ରକାଶ କରିପାରିନାହାନ୍ତି । ଖାଲି ସେତିକି ନୁହେଁ, ଜଗନ୍ନାଥ ଉପାସନା ବିଭିନ୍ନ ଧର୍ମ ମତବାଦର ସମନ୍ୱୟ ପୀଠ ରୂପେ ଗ୍ରହଣ କରିବା ପାଇଁ ଶୈବ, ଶାକ୍ତ ଓ ବୈଷ୍ଣବ ଆଦି ତିନି ସମ୍ପ୍ରଦାୟର ଏକ ମିଳିତ ପ୍ରଚେଷ୍ଟା ମଧ୍ୟ ବିଭିନ୍ନ ଶାସ୍ତ୍ରମାନଙ୍କରୁ ଦୃଷ୍ଟିଗୋଚର ହୁଏ । ଫଳରେ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ଯଥାକ୍ରମେ ବିଷ୍ଣୁ ଶକ୍ତି ଓ ଶିବଲିଙ୍ଗରୂପେ ଏକତ୍ର ଉପାସିତ ହୋଇ ଆସିଥିବା ଦେଖାଯାଏ । ଏହିପରି ଭାବରେ ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ ପ୍ରଭୃତି ସମସ୍ତେ ଦାରୁବ୍ରହ୍ମଙ୍କୁ ନିଜର ବୋଲି ପ୍ରମାଣିତ କରିବାକୁ ଯଥାକ୍ରମେ ଚେଷ୍ଟାକରି ଆସିଛନ୍ତି କିନ୍ତୁ ଦାରୁବ୍ରହ୍ମ କାହାରି ହୋଇନାହାନ୍ତି । ମନୁଷ୍ୟର ଶରୀର ତଥା ମନ ଏକ ବୃକ୍ଷତୁଲ୍ୟ ଓ ପଞ୍ଚଇନ୍ଦି୍ରୟମାନେ ଏହି ଶରୀର ରୂପକ ବୃକ୍ଷର ଶାଖାପ୍ରଶାଖା ସଦୃଶ । ଅଥର୍ବ ବେଦରେ ବୃକ୍ଷକୁ ଦେବସଦନ ବୋଲି କୁହାଯାଇଛି । ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି, ବୃକ୍ଷ ବା ଦାରୁ ଉପାସନାର ପ୍ରାଧାନ୍ୟ ଶବର ସମ୍ପ୍ରଦାୟ ମଧ୍ୟରେ ବହୁକାଳରୁ ଚଳିଆସିଛି । ଏଥିରୁ ପ୍ରମାଣିତ ହୁଏ ଯେ ଦାରୁମୂର୍ତ୍ତି ବିକାଶର ପରମ୍ପରା ଓ ସଂସ୍କୃତି ଶାବର ସଭ୍ୟତାରୁ ଜନ୍ମଲାଭ କରିଛି । ଆଧ୍ୟାତ୍ମିକ ଚିନ୍ତାଧାରାର ଅପୂର୍ବ ସମନ୍ୱୟର ଫଳ ସ୍ୱରୂପ ଦାରବୀୟ ଜଗନ୍ନାଥ ଶବର ଉପାସିତ ଦାରୁଦେବତାର ରୂପାନ୍ତରିତ ହୋଇଛନ୍ତି । ଶବରମାନଙ୍କର ୧୦ ପ୍ରକାରର ଦେବତା ଯଥା- କିତୁଙ୍ଗ୍, ଜଗନ୍ତ, ତୋଡ଼, ତୁମନ, ଭୀମ, ଗର୍ଷିଦ, ରାମନ୍, ଯୋଜପେନ, ମତ୍ତ ଓ ତିତ୍ତ ପ୍ରଭୃତି ବିଗ୍ରହ ମାନଙ୍କ ସହ ଶ୍ରୀ ଜଗନ୍ନାଥଙ୍କ ଦଶାବତାର ସହିତ ସମ୍ବନ୍ଧ ରହିଥିବା ପରିଲକ୍ଷିତ ହୁଏ । ଅନାର୍ଯ୍ୟ ଶବର ଦେବତା କିତୁଂ ଓ ଆର୍ଯ୍ୟମାନଙ୍କର ଜଗନ୍ନାଥ, ଯେକି ଦାରୁମୂର୍ତ୍ତି ସଂସ୍କୃତିର ପ୍ରତୀକ ସେ ଏକ ଅଭିନ୍ନ । ଏଥିରେ ସନେ୍ଦହର ଅବକାଶ ନାହିଁ । ଏ ସମସ୍ତ ଆଲୋଚନାର ମୁଖ୍ୟ ଉଦେ୍ଦଶ୍ୟ ଏହି ଯେ ଉକôଳୀୟ ପରମ୍ପରାରେ ଦାରୁମୂର୍ତ୍ତିର ଏକାନ୍ତ ପ୍ରତୀକରୂପେ ପୂଜିତ ଶ୍ରୀଜଗନ୍ନାଥ ବେଦ ପୁରାଣ ଓ ଶବର ଉପାସିତ ସେହି ଦାରବୀୟ ବିଗ୍ରହ କି ନୁହନ୍ତି ଅବଶ୍ୟ ଏହା ସତ୍ୟ ଯେ ଶ୍ରୀମନ୍ଦିର ରନô ସିଂହାସନାରୂଢ଼ ଦାରବୀୟ ଶ୍ରୀଜଗନ୍ନାଥଙ୍କ ଉତ୍ପତ୍ତି ଅତ୍ୟନ୍ତ ରହସ୍ୟାବୃତ । ତେଣୁ ପୁରାଣ ଇତିହାସ କିମ୍ବଦନ୍ତୀରେ ବର୍ଣ୍ଣିତ ଶ୍ରୀଜଗନ୍ନାଥ ଯେ ଦାରୁଦେବତା, ଏଥିରେ କୌଣସି ମତାନ୍ତର ନାହିଁ । ଏହି ପରିପ୍ରେକ୍ଷୀରେ ଦାରୁମୂର୍ତ୍ତି ସଂସ୍କୃତିର ପ୍ରତୀକ ଶ୍ରୀ ଜଗନ୍ନାଥ ଓ ଶବର ଦେବତା ନୀଳମାଧବ ଯେ ଏକ ଅଦ୍ୱିତୀୟ ଓ ଅଭିନ୍ନ ଏହା ସର୍ବର୍ବାଦୀ ସମ୍ମତ । ତେଣୁ ଉକôଳୀୟ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ ବ୍ରହ୍ମଦାରୁ ସଂସ୍କୃତିର ଉଜ୍ଜ୍ୱଳମୟ ପରମ୍ପରାକୁ ଯୁଗଯୁଗ ଧରି ବହନ କରିଆସିଛି । ଆଦିମ ଶବରମାନଙ୍କ ଉପାସିତ ଦାରୁ ପୂଜାର କ୍ରମ ବିକାଶ ଓ ପରିଣତି ଏ କ୍ଷେତ୍ରର ସର୍ବାଧିକ ସହାୟକ ହୋଇଛି । ଏହା ସୁସ୍ପଷ୍ଟ ଯେ ଆଜିର ରନôସିଂହାସନାଧିରୂଢ଼ ଭକ୍ତବସôଳ ଶ୍ରୀଜଗନ୍ନାଥ ପୌରାଣିକ କିମ୍ବଦନ୍ତୀର ରହସ୍ୟମୟ ନୀଳମାଧବ ପରବର୍ତ୍ତୀ କାଳରେ ଦାରୁମୂର୍ତ୍ତି ସଂସ୍କୃତିର ସାକାର ପରିକଳ୍ପା ମଧ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ପୂଜା, ଅର୍ଚ୍ଚନା, ଯାନି, ଯାତ୍ରା, ଉସôବ, ମହୋସôବ, ବାରମାସରେ ତେର ଯାତ୍ରା , ଭଜନ, କୀର୍ତ୍ତନରେ ଆର୍ଯ୍ୟ ଅନାର୍ଯ୍ୟ ଓ ଦ୍ରାବିଡ଼ମାନଙ୍କର ଧର୍ମ ଦର୍ଶନ ପ୍ରତିଫଳିତ । ବହୁ ପୁରାତନ କାଳରୁ ଉକôଳ ଭୂମିରେ ବୈଦିକ ଧର୍ମ, ଦର୍ଶନ ବିସ୍ତାର ଲାଭ କରିଥିବା ବେଳେ କାଳକ୍ରମେ ଏହି ସନାତନ ଧର୍ମରୁ ଜାତି ପ୍ରଜାତି ଓ ବହୁ ଧର୍ମୀୟ ଧାରାକୁ ଉକôଳୀୟମାନେ ଉଦାର ଚିତ୍ତରେ ସମ୍ମାନ ଦେଇ ଆସିଛନ୍ତି । ଏହି କାରଣୁ ଉକôଳ ଭୂମିରେ ଜୈନ, ବୌଦ୍ଧ, ଶାକ୍ତ, ଶୈବ, ରୁଦ୍ର, ଗାଣପତ୍ୟ, ମହିମା, ଶୂନ୍ୟବାଦ ଆଦି ସବୁ ଧର୍ମ ତତ୍ତ୍ୱ ଓ ଦର୍ଶନର ମହାମିଳନ ଘଟିଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଏହାର ଜ୍ୱଳନ୍ତ ଉଦାହରଣ । ଭଗବତ୍ ଆରାଧନା ଯଦି ଆତ୍ମାକୁ ମାଟିର ମାୟାଠାରୁ ଊର୍ଦ୍ଧ୍ୱଗାମୀ କରୁଥାଏ ତେବେ ସେଇ ପରମାତ୍ମାଙ୍କର ସ୍ୱରୂପ ଚିନ୍ତନ ଓ ଅର୍ଚ୍ଚନା ପାଇଁ ଆବ୍ରାହ୍ମଣ ଚଣ୍ଡାଳ ସମସ୍ତଙ୍କ ମୌଳିକ ଅଧିକାରକୁ ଏହି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସ୍ୱୀକୃତି ପ୍ରଦାନ କରିଆସିଛି । ଉକôଳର ସାଂସ୍କୃତିକ ପ୍ରବାହରେ ମାନବିକ ପ୍ରାଣୋଚ୍ଛ୍ୱାସର ଭକ୍ତବସôଳ ପ୍ରଭୁ ଶ୍ରୀ ଜଗନ୍ନାଥ, ସଂସ୍କୃତିର ମହାପ୍ରବାହକୁ ଉଜ୍ଜିବୀତ କରିବାପାଇଁ ରନôସିଂହାସନରୁ ଓହ୍ଲାଇ ଆସନ୍ତି ଉଦ୍ଗ୍ରୀବ ଭକ୍ତମାନଙ୍କ ଗହଣକୁ । ବିସ୍ମୟ ଓ ବିସ୍ଫାରିତ ନୟନରେ ବିଶାଳ ବାହୁ ବିସ୍ତାର କରି ଆପଣାର କରିନିଅନ୍ତି ସମସ୍ତ ଭକ୍ତଜନଙ୍କୁ । ଏହିଠାରେ ହିଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସ୍ଥାପିତ ହୋଇଥାଏ ଅପୂର୍ବ ସମନ୍ୱୟର ସେତୁ । ଏହି ସମନ୍ୱୟ ସଂସ୍କୃତିର ଅମୃତ ଝଙ୍କାରରେ କେବଳ ଓଡ଼ିଶା ନୁହେଁ, କି ଭାରତ ବର୍ଷନୁହେଁ ସମଗ୍ର ସୃଷ୍ଟିର ଜନଜୀବନକୁ ଯୁଗଯୁଗ ଧରି ଗଭୀର ଭାବଗତ ସ୍ତରରେ ଏକାତ୍ମ କରିଦିଏ ।
କଟକ