ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଦ୍ରକ ଗସ୍ତ
ଭଦ୍ରକ: ଓଡ଼ିଶା ବିଧାନ ସଭାର ପବ୍ଲିକ ଅଣ୍ଡର ଟେକିଂ କମିଟି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ୩ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଭଦ୍ରକରେ ପହଞ୍ଚô କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । କମିଟିର ଅଧ୍ୟକ୍ଷ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟତମ ସଦସ୍ୟ ତଥା ବିଧାୟକ ବଦ୍ରିନାରାୟଣ ପାତ୍ର, ଅଶ୍ୱିନୀ କୁମାର ପାତ୍ର, ସଞ୍ଜିବ୍ କୁମାର ମଲ୍ଲିିକ୍, ଅଖିଳ ଚନ୍ଦ୍ର ନାୟକ, ମଙ୍ଗୁଖିଲ ପ୍ରମୁଖ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ପ୍ରମୁଖ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ । କ୍ଷେତ୍ର ପରିଦର୍ଶନରେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କମିଟି ସଦସ୍ୟମାନେ ଭଣ୍ଡାରିପୋଖରୀ ବ୍ଲକ୍ ଓ ଆଖୁଆପଦା ଅଞ୍ଚଳର ନେରେଡ଼ା ଓ ବାଲିପୋଖରୀ ଗ୍ରାମପଞ୍ଚାୟତର ସୁବର୍ଣ୍ଣମୁଖୀ ବାଲି ଖାଦାନ ପରିଦର୍ଶନ କରି ସେଠାରୁ ଯାଜପୁର ଓ ଭଦ୍ରକକୁ େ·ରା ବାଲି·ଲାଣ ଅଭିଯୋଗ ଓ ସମସ୍ୟାର ତଦାରଖ କରିଥିଲେ । ସେହିପରି ରହଣିଆ ଧାନମଣ୍ଡି ପରିଦର୍ଶନ କରି ·ଷୀମାନଙ୍କ ଠାରୁ ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣି ସମାଧାନ ପାଇଁ ଆଶୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ଉକ୍ତ କମିଟିର ୯ମ ବୈଠକ ଓ କ୍ଷେତ୍ର ସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଆଖୁଆପଦା ଅଞ୍ଚଳର ବାଲିଖନନ ସ୍ଥଳୀ ଓ ଧାନ ମଣ୍ଡି ପରିଦର୍ଶନ ପରେ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମୀକ୍ଷା ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ଓଏସ୍ଆରଟିସି, ପର୍ଯ୍ୟଟନ, ଓଡ଼ିଶା ବନ ନିଗମ, ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟି୍ରକ୍ କର୍ପୋରେସନ୍, ଓପିଟିସିଏଲ୍, ଯୋଗାଣ ନିଗମ ଆଦି ଦ୍ୱାରା ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଯୋଜନା ଆଦିର କାର୍ଯ୍ୟକାରୀତା, ସଫଳତା ଓ ସଦସ୍ୟା ସମ୍ବନ୍ଧଷର ଟିକିନିଖି ସମୀକ୍ଷା କରିଥିଲେ । ବିଶେଷ କରି ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତାର ସହ ତ୍ୱରାନ୍ୱିତ କରିବା ପାଇଁ କମିଟିର ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ବିନା କଟନୀ ଛଟନୀରେ ଏଫ୍ ଏ କୁ୍ୟ ମାନର ଧାନ କ୍ରୟ ପ୍ରତି ଯନôବାନ୍ ହେବାକୁ କୁହାଯାଇଥିଲା । ସେହିପରି ବାଲି ଉତ୍ତୋଳନରେ ମାଫିଆ ରାଜ୍ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଦିଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବତ୍ତୀ ପ୍ରମୁଖ କମିଟିର କ୍ଷେତ୍ର ସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମ ଓ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ । ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଏହି ସମୀକ୍ଷା ବୈଠକ ଆୟୋଜନ ଓ ପରି·ଳନାରେ ସହଯୋଗ କରିଥିଲେ ।