କେନାଲରେ ଘାଇ, ଚିନ୍ତାରେ ଚାଷୀ

ଭଣ୍ଡାରିପୋଖରୀ, : ମୌସୁମୀ ଆସି ଦ୍ୱାରଦେଶରେ ପହଞ୍ଚିଲାଣି । ପ୍ରାୟତଃ ରଜ ପର ଠାରୁ ଖରିଫ ଧାନ·ଷର ବେଉଷଣ କାର୍ଯ୍ୟ ଆରମ୍ଭ ହୋଇଯିବ । ପରିତାପର ବିଷୟ କୃଷିକ୍ଷେତ୍ରକୁ ଜଳଯୋଗାଇବା ପାଇଁ ଉଦ୍ଦିଷ୍ଟ ଥିବା କେନାଲ ଗୁଡିକର ଏଯାଏଁ ମରାମତି ହୋଇପାରିନାହିଁ । ଫଳରେ ଚାଷୀକୁଳ ଏବେ ଚିନ୍ତାରେ ରହିଛନ୍ତି । ସୂଚନା ମୁତାବକ ଆଖୁଆପଦା ଓ ଧାମନଗର ଜଳସମ୍ପଦ ବିଭାଗ ଅଧୀନରେ ଥିବା କେନାଲ ଗୁଡିକର ଅବସ୍ଥା ଏବେ ଶୋଚନୀୟ । ବ୍ଲକର ରଣଜିତ ଗ୍ରାମ ପଞ୍ଚାୟତ ଅଞ୍ଚଳର ·ଷୀ ମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ସିମିଳିଆ ମାଇନର କେନାଲରେ ସୃଷ୍ଟି ହୋଇଥିବା ଘାଇ ମରାମତି ହୋଇନାହିଁ । କେନାଲର ସଠିକ ଜଳଯୋଗାଣ ପଥ ନଥିବାରୁ ପ୍ରତ୍ୟକ ବର୍ଷ ପ୍ରାୟତଃ ଘାଇ ସୃଷ୍ଟି ହେଉଛି । ତେଣୁ ବିଭାଗ ପକ୍ଷରୁ ଏଯାଏଁ ଏହାକୁ ମରାମତି କରାନଯିବା ·ଷୀ ମାନଙ୍କ ପ୍ରତି ଘୋର ଅବହେଳା ବୋଲି ମତପ୍ରକାଶ ପାଇଛି । ସେହିଭଳି ଅଙ୍ଗାରଗଡିଆ, ବିରୋଳି, ଷୋଳମପୁର ସହିତ ୩ନଂ କ ଓ ଖ କେନାଲରେ ଛୋଟବଡ ଘାଇ ରହିଥିଲେ ସୁଦ୍ଧା ତାହା ମଧ୍ୟ ମରାମତି ହୋଇନାହିଁ । ଏହାଛଡା ହାଇଲେବୁଲ କେନାଲ ବନ୍ଧର ବାମପାଶ୍ୱର୍ରେ ସୃଷ୍ଟି ହୋଇଥିବା ଘାଇ ସେହିଭଳି ପଡି ରହିଛି । ଖରିଫ ଧାନ·ଷ ପୂର୍ବରୁ କେନାଲ ଗୁଡିକର ପୁନଃରୁଦ୍ଧାର ସହିତ ସୃଷ୍ଟି ହୋଇଥିବା ଘାଇର ତୁରନ୍ତ ମରାମତି ପାଇଁ ·ଷୀ ମାନେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।