ଭଣ୍ଡାରୀ ସମାଜ ଘର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ
ଛତ୍ରପୁର : ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪-୨୫ ରାଶି ଆନୁକୂଲ୍ୟରେ ଛତ୍ରପୁର ପଞ୍ଚାୟତ ସମିତି ପକ୍ଷରୁ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତର ସାନଆର୍ଯ୍ୟପଲ୍ଲୀ ଗ୍ରାମ ସ୍ଥିତ ଓମ୍କାରେଶ୍ୱର ମନ୍ଦିର ସମ୍ମୁଖରେ ଭଣ୍ଡାରୀ ସମାଜର କୋଠ ଘର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହାକୁ ଛତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା କିରଣ କୁମାରୀ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ଫଳକକୁ ଉନ୍ମୋଚନ କରିଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସମିତି ସଭ୍ୟା ଚୁମକୀ ସେଠି, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ସୁନ୍ଦରପୁର ସମିତି ସଭ୍ୟା ସୁଜ୍ଞାନୀ ସେଠି, ଲକ୍ଷ୍ମୀପୁର ସମିତି ସଭ୍ୟ ଏନ. ରମେଶ ରେଡ୍ଡୀ, ପୋଡାପଦର ସମିତି ସଭ୍ୟା, ଯୁବ ନେତା ଏନ.ମୁନା ପାତ୍ର, ଅଭିରାମ ପ୍ରଧାନ, ଗଙ୍ଗା ସେଠି, ଭଣ୍ଡାରୀ ସମାଜର ତେର ତାଲୁକା ସଭାପତି ସମ୍ପାଦକଙ୍କ ସମେତ ଜନସାଧାରଣମାନେ ଉପସ୍ଥିତ ଥିଲେ । ଉଲ୍ଲେଖ ଯେ, ଏହି କୋଠ ଘର ନିର୍ମାଣ ସକାଶେ ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି ।