ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ସଭା 

 ନୂଆପଡ଼ା: ନୂଆପଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ପକ୍ଷରୁ ସିନାପାଲି ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏନେଇ ଆଲୋଚନା କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ମୁଖ୍ୟଅତିଥି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାସ, ମୁଖ୍ୟବକ୍ତା ପ୍ରବାଚିକା ବିଜୟିନୀ ଶତପଥୀ ଓ ସମ୍ମାନିତ ଅତିଥି ସୁସାହିତ୍ୟିକ ସୁଶିଳ ବାଗ ଯୋଗ ଦେବେ । ଚଳିତବର୍ଷ ସାରସ୍ୱତ ପ୍ରତିଭା ସୁଶିଳ ବାଗ, ଗୀତାଶ୍ରୀ ପ୍ରିୟମ୍ଭଦା, ପ୍ରବୋଧ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ପ୍ରତିବର୍ଷ ଭଳି କବିତା ସଂକଳନ "ଅମୃତ ଗଙ୍ଗା’ ଓ ଇ-ସାହିତ୍ୟ ପତ୍ରିକା "ସ୍ୱର୍ଣ୍ଣାଦୟ’କୁ ଅତିଥି ଉନ୍ମୋଚନ କରିବେ  । ଡମ୍ୱରୁଧର ମେହେର, ନାରାୟଣ ପାତ୍ର, ନବୀନଚଂଦ୍ର ମେହେର, ଈଶ୍ୱର ପ୍ରସାଦ ମେହେର, ଲୋକନାଥ ମେହେର,  ତ୍ରିନାଥ ମେହେର, ବଂଶୀଧର ଜଗତ, ସୂରଜ କୁମାର ମେହେର, ନୀଲାଂଚଳ ମେହେର, ପ୍ରଦ୍ୟୁମ୍ନ କୁମାର ଚିନ୍ଦା, ପ୍ରେମାନନ୍ଦ ମେହେର, ଆଲୋକ ମେହେର, ରଶ୍ମିରଞ୍ଜନ ସା, ହାଡୁରାମ ମେହେର, ଜିତେଂଦ୍ର ମେହେର, ସାନୁର୍ଯ୍ୟ ମେହେର, ବେଣୁଧର ମେହେର, ପ୍ରଭାତ ମେହେର, ଚୂଡାମଣି ମେହେର, ଗୌତମ ମେହେର, ଲୋଚନ ମେହେର, ହୃଦାନନ୍ଦ ମେହେର, ଶିବ ପ୍ରସାଦ ମେହେର,  ଭିଷ୍ମରାଜ ମେହେର, ଧବଲେଶ୍ୱର ମେହେର, ତିଳେଶ୍ୱର ମେହେର, ଶଙ୍କର ମେହେର, ଧନଞ୍ଜୟ ମେହେର, ଚନ୍ଦ୍ରଶେଖର ମେହେର,  ହିମାଂଶୁ ମେହେର, ଡମ୍ବରୁଧର ମେହେର, ପ୍ରମୁଖ ଉପସ୍ଥିତ ଥିଲେ ।