ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନ୍‌କାଉଣ୍ଟର

ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନ୍‌କାଉଣ୍ଟର

ଭଦ୍ରକ : ଭଦ୍ରକ ପୁଲିସକୁ ବଡ ସଫଳତା । ଭଦ୍ରକର ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଓର୍‌ଫ ବୁଦ୍ଧିଆକୁ ଏନ୍‌କାଉଣ୍ଟର । ଏନେଇ ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚରମ୍ପା ମାଲଗୋଦାମ ଅଞ୍ଚଳରେ ଡକାୟତି କରିବାକୁ ଆସିଥିବା କମଳାକାନ୍ତ ଦାସକୁ ଭଦ୍ରକ ଟାଉନ ପୁଲିସ ଏନ୍‌କାଉଣ୍ଟର କରିଛି । କମଳାକାନ୍ତ ନିକଟରୁ ଅଫୁଟା ଗୁଳି ଜବତ କରିଛି । କମଳାକାନ୍ତ ନାଆଁରେ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଥାନାରେ ବହୁ ମାମଲା ରହିଛି । କମଳାକାନ୍ତ ପ୍ରଥମେ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ମାଡ କରିଥିଲା । ଏହାର ପାଲଟା ଜବାବ ଦେଇ କମଳାକାନ୍ତକୁ ଗୋଟିଏ ରାଉଣ୍ଡ ଗୁଳି ମାଡ କରିଥିଲେ । କମଳାକାନ୍ତର ଅନ୍ୟ ସହଯୋଗୀ ଫେରାର ଅଛି ।  

    ଚରମ୍ପା ମାଲଗୋଦାମ ଅଞ୍ଚଳରେ ସୁନା ଦୋକାନରେ  ଡକାୟତି କରିବାକୁ ଆସିଥିବା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବୁଡଇ ଗ୍ରାମର ଦର୍ଦ୍ଦାନ୍ତ ଡକାୟତ ବୁଦ୍ଧିଆ ଓରଫ କମଳାକାନ୍ତ ଦାସକୁ ଟାଉନ ପୁଲିସ ଏନ୍‌କାଉଣ୍ଟର କରିଛି । ଅପରାଧୀର ଗୋଡ଼ରେ ଗୁଳି ବାଜି ଥିବା ବେକେ ସେ ଗୁରୁତର ଭାବରେ ଆହତ ହୋଇଥିଲା । ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାର ସ୍ୱାସ୍ଥ୍ୟ ଅବସ୍ଥା ଶୋଚନୀୟ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି ।