ଭର୍ଜିନ୍ ଲ୍ୟାଣ୍ଡ ସିକୁ୍ୟରିଟି  : ଶିଖର ସମ୍ମିଳନୀରେ କେଭି

 ଭୁବନେଶ୍ୱର :  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦୟ ଇଣ୍ଡିଆ ଦ୍ୱାରା ପ୍ରାୟୋଜିତ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଅନୁଷ୍ଠିତ ଭର୍ଜିନ୍ ଲ୍ୟାଣ୍ଡ ସିକୁ୍ୟରିଟି ଶିଖର ସମ୍ମିଳନୀରେ ଆଜି ଯୋଗଦେଇଛନ୍ତି । ସେ କହିଛନ୍ତି ବଳଭଦ୍ର ଜୈବିକଚାଷ ମିଶନ ସହିତ ଆମେ ଆମର ପ୍ରାଚୀନ ଆଦିବାସୀ ଅଞ୍ଚଳଗୁଡ଼ିକୁ ଜୈବିକ କ୍ଲଷ୍ଟରରେ ପରିଣତ କରିବା ଆରମ୍ଭ କରିଛୁ । ଆମର ଚାଷଯୋଗ୍ୟ ଜମିର ପ୍ରାୟ ୩୨ ପ୍ରତିଶତରେ ସର୍ବନିମ୍ନ ରାସାୟନିକ ବ୍ୟବହାର ହେଉଛି । ଏବେ ଆମେ ଗୋଟିଏ ଜିଲ୍ଲା - ଗୋଟିଏ ଜୈବିକ କ୍ଲଷ୍ଟର, ଆମ୍ବ, ହଳଦୀ, ବାଜରା ଏବଂ ଅଦା ପାଇଁ କୃଷି-ପ୍ରକ୍ରିୟାକରଣ ୟୁନିଟ୍, ରପ୍ତାନୀ-ମୁଖୀ କୃଷି ପାର୍କ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଏଫପିଓ ସହିତ ଜଡିତ ହୋଇ ଜୈବିକ ମୂଲ୍ୟ ଶୃଙ୍ଖଳ, ମାଣ୍ଡିଆ ଓ ବାଜରା-ଭିତ୍ତିକ ଉଦ୍ୟୋଗ ଏବଂ ଇକୋ-କୃଷି ହବ୍ ବୃଦ୍ଧି କରୁଛୁ ।
ନିବେଶକ ଏବଂ ଉଦ୍ଭାବକମାନଙ୍କ ପାଇଁ ଓଡ଼ିଶା ଦୃଢ଼ ନୀତି, ଜମି, ବିଦୁ୍ୟତ୍, ସବସିଡି, ପୁଞ୍ଜି ପ୍ରୋସôାହନ ଏବଂ ଫାଷ୍ଟ-ଟ୍ରାକ୍ ମଞ୍ଜୁରୀ ପ୍ରଦାନ କରୁଛି । ବିଶ୍ୱସ୍ତରୀୟ ଅଂଶୀଦାର ଓ କୃଷି ଉଦ୍ୟୋଗୀମାନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରି ଏହି ପରିବର୍ତ୍ତନରେ ଭାଗୀଦାର ହେବାକୁ କହିଛନ୍ତି । ସମ୍ମିଳନୀରେ ନରୱେର କୃଷି ଉଦ୍ୟୋଗୀ ଓଡ଼ିଶାର ପରିବେଶ-କୃଷି କ୍ଷେତ୍ରକୁ ପ୍ରଶଂସା କରିଥିଲେ । ସମ୍ମିଳନୀରେ ଉଦୟ ଇଣ୍ଡିଆ ପତ୍ରିକାର ସମ୍ପାଦକ ଦୀପକ କୁମାର ରଥ, ନୀତି ନିର୍ଦ୍ଧାରକ, କୃଷି-ବ୍ୟବସାୟୀ ନେତା, ଚାଷୀ ସଂଗଠନ, ଭୂମି ସଂସ୍କାର ରପ୍ତାନୀ ଏବଂ ବିକାଶ ସଂସ୍ଥା ପ୍ରମୁଖ ଯୋଗଦେଇଥିଲେ  ।