କେବେ ଉଠିବ ରାସ୍ତା ମଝିରେ ଥିବା ବିଦୁ୍ୟତ୍ ଖୁଣ୍ଟ? 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପୌରସଂସ୍ଥା ସାମ୍ନା ପୁରୁଣା ବସଷ୍ଟାଣ୍ଡଠାରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତା କଡରେ ଟ୍ରେଜେରୀ ଅଫିସ ନିକଟରେ ୨ଟି ବିଦୁ୍ୟତ୍ ଖୁଣ୍ଟ ରାସ୍ତାର ୧୦ ଫୁଟ୍ ଉପରେ ଥିବାରୁ ପ୍ରାୟ ସବୁଦିନ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଏହା ସହିତ ଯାତାୟତ କରୁଥିବା ଲୋକମାନେ ସେହି ବିଦୁ୍ୟତ୍ ଖୁଣ୍ଟରେ ବାଡେଇ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ ଡ୍ରେନ୍ ଉପରେ ବସୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସେଠାରୁ ଉଠାଇ ଦେଲେ ମଧ୍ୟ କୌଣସି ଲାଭ ହୋଉନଥିବା ସାଧାରଣରେ ଆଲୋଚନା ହେଉଛି । ତୁରନ୍ତ ଏହି ରାସ୍ତା ଉପରେ ଥିବା ବିଦୁ୍ୟତ୍ ଖୁଣ୍ଟକୁ ଉଠାଇବା ପାଇଁ ସାଧାରଣରେ ଦାବି ହେଉଛି ।