ସାମ୍ବାଦିକ ସଂଘର ଶ୍ରୀକ୍ଷେତ୍ର ପରିଭ୍ରମଣ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଉକôଳ ସାମ୍ବାଦିକ ସଂଘ ଉପସଭାପତି ରାଜେନ୍ଦ୍ର ଶତପଥୀଙ୍କ ତତ୍ତ୍ୱାବଧାନରେ ଭଣ୍ଡାରିପୋଖରୀ ଶାଖାର ସଦସ୍ୟମାନେ ଶ୍ରୀକ୍ଷେତ୍ର ପରିଭ୍ରମଣ କରିଛନ୍ତି । ପ୍ରତୁ୍ୟଷରୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ଠାରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଶାଖା ସଭାପତି ସାମ୍ବାଦିକ ଦୁର୍ଯେ୍ୟଧନ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ଜିଲ୍ଲା ଉପସଭାପତିଙ୍କ ସମେତ ସମ୍ପାଦକ ବିକାଶ ବେହେରା, ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରା, ମନୋରଞ୍ଜନ ମହାନ୍ତି, ରାଜକିଶୋର ଜେନା, ଦେବୀପ୍ରସାଦ ବାରିକ, ଭଗବାନ ସାମଲ, ଜଗନ୍ନାଥ ଦାସ, ଦେବାନନ୍ଦ ସେଠୀ, ଆକାଶ ଆଦିତ୍ୟ ବେହେରା, କମଳାକାନ୍ତ ପରିଡା, ମନୋରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା କରିଥିଲେ । ସାମ୍ବାଦିକମାନଙ୍କର ସ୍ୱାର୍ଥ ସମ୍ବଳିତ ଦାବି ଗୁଡ଼ିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁଁ ବ୍ଲକ ସଂଘ ଆଗାମୀ ଦିନରେ ଏକତ୍ରିତ ହୋଇ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ବିଶେଷ କରି ଆଗାମୀ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟପନ୍ଥା ନେଇ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।