ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ାା ପ୍ରଭାନୁ୍ୟଜ୍ାା ପୁରୀ: ସିପିଆଇଏମ୍ର ସର୍ବଭାରତୀୟ ମହାସଚିବ ପୂର୍ବତନ ସାଂସଦ ବାମପନ୍ଥୀ ଆନେ୍ଦାଳନର ସର୍ବମାନ୍ୟ ନେତା ଓ ବିରୋଧୀ ଇଣ୍ଡିଆ ମହାମେଣ୍ଟ ଗଠନର ଅନ୍ୟତମ ବିନ୍ଧାଣୀ ସାଥୀ ସୀତାରାମ ୟେଚୁରୀଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା । ସିପିଏମ୍ର ଜିଲ୍ଳା ସଂପାଦକ ଜଗନ୍ନାଥ ଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ଆଗତ କରିଥିଲେ ସିପିଏମ୍ର ବରିଷ୍ଠ ନେତା ଶରତ କୁମା ରାୟଗୁରୁ । ସିପିଆଇଏମ୍ର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଯମେଶ୍ୱର ସାମନ୍ତରାୟ, କଂଗ୍ରେସ ନେତା ରାଜେଶ ମିଶ୍ର, ସିପିଆଇ ନେତା ପ୍ରଦୀପ୍ତ ମହାନ୍ତି, ସିପିଆଇଏମ୍ଏଲ ନେତା କିଶନ ପଟ୍ଟନାୟକ, ମୋହନ ନାଇଡ଼ୁ, ଅଧ୍ୟାପକ ସୁରେନ୍ଦ୍ର ଜେନା, ବିହାରୀ ପଲାଇ, ସଞ୍ଜୀବ ମହାନ୍ତି, ବୀରେନ୍ଦ୍ର ଭୂଷଣ ହୋତା, ବ୍ରଜବନ୍ଧୁ ପ୍ରଧାନ, ଶ୍ରୀକାନ୍ତ ପରିଜା, ସୁକାନ୍ତ ପ୍ରଧାନ, ଫାଲଗୁନି ଜାଲି, ସୁରେନ୍ଦ୍ର ତପସୁ, ଓ ସୂର୍ଯ୍ୟ ରଥ ପ୍ରମୁଖ ସ୍ୱର୍ଗତ ୟେଚୁରୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେମାନେ କହିଥିଲେ ଯେ, ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ବେଳେ ଜେଲ୍ ଜୀବନ ପରେ ୟେଚୁରୀ ଜେଏନ୍ୟୁ ଛାତ୍ରସଂସଦର ୩ଥର ସଭାପତି ହୋଇଥିଲେ । ପରେ ପାର୍ଟିର ପଲିଟିବୁ୍ୟରୋ ସଭ୍ୟ ହେବା ପରେ ରାଜ୍ୟ ସଭାରେ ସେ ୧୨ବର୍ଷ ଧରି ସାଂସଦ ରୂପେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ସିପିଆଇଏମ୍ର ସର୍ବଭାରତୀୟ ମହାସଚିବ ତଥା ବିଶ୍ୱଶାନ୍ତି ସଂଗଠନର ସଚିବ ଥିଲେ ଏହି ବାଗ୍ମୀଜନନେତା । ବିଜେପି ବିରୋଧୀ ଧର୍ମ ନିରପେକ୍ଷ ରାଜନୈତିକ ଦଳମାନଙ୍କ ମଧ୍ୟରେ ଏକତା ଆଣି ଇଣ୍ଡିଆ ବ୍ଲକ ଗଠନରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ରାଜନୈତିକ ପ୍ରତିବଦ୍ଧତା ଓ ସଚ୍ଚୋଟତା ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ଅସମୟରେ ତାଙ୍କର ପରଲୋକ ବାମଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ଆନେ୍ଦାଳନ ପ୍ରତି ଏକ ଶକ୍ତ ଧକ୍କା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସମ୍ବିଧାନ ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆଗାମୀ ଦିନରେ ବିଜେପକୁ ପରାସ୍ତ କରିପାରିଲେ ସୀତାରାମ ୟେଚୁରୀଙ୍କ ପ୍ରତି ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଭୀମସେନ ସ୍ୱାଇଁ । ଭାଗିରଥୀ ବେହେରା, ଉମାକାନ୍ତ ଜେନା, ଅନୀଲ ସୁବୁଦ୍ଧି, ମନୋରଂଜନ ମହାରଣା, ଟୁନା ନାୟକ, ଗୋବିନ୍ଦ ନାୟକ, ରାକ୍ଷୀ ସ୍ୱାଇଁ, ମାନସ ଦଳବେହେରା ଓ ପବିତ୍ର ମୋହନ ଦଳେଇ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭା ପରିଚାଳନା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
