୪ ସହରର ପାରଦ ଟପିଲା ୪୧ ଡିଗ୍ରୀ

୪ ସହରର ପାରଦ ଟପିଲା ୪୧ ଡିଗ୍ରୀ

 ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହରେ ଛଟ ପଟ ସାରା ରାଜ୍ୟ । ଏପ୍ରିଲ ଆରମ୍ଭରୁ ୪୧ ଡିଗ୍ରୀ ଛୁଇଁଲା ପାରଦ । ମଙ୍ଗଳବାର ରାଜ୍ୟର ୪ ସହରର ତାପମାତ୍ରା ୪୧ ଡିଗ୍ରୀ ଟପିଛି । ଏମାନଙ୍କ ମଧ୍ୟରେ ମାଲକାନଗିରିରେ ଦିନବେଳା ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହା ପରେ ଟିଟିଲାଗଡ଼ ୪୧.୫, ବେଦ୍ଧ ୪୧.୪, ଭବାନୀପାଟଣା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ନୟାଗଡ଼, ବଲାଙ୍ଗୀର ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରହିଛି । ଅନୁଗୁଳ ୪୦.୭, ଝାରସୁଗୁଡ଼ା ୪୦.୩ ଡିଗ୍ରୀ ରେକର୍ଡ ହୋଇଛି ।