ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସକୁ ସଫଳତା : କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଭତ୍ତା ଲାଗୁ
ଜଟଣୀ : ଖୋର୍ଦ୍ଧାରୋଡ ରେଳମଣ୍ଡଳ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଜରୁରୀକାଳୀନ ପରିସ୍ଥିତିରେ ନିୟୋଜିତ କର୍ମଚାରୀଙ୍କ ଖାଦ୍ୟ ଭତ୍ତା ବୃଦ୍ଧି ପାଇଁ ଏକ ଲମ୍ବା ସଂଘର୍ଷ ପରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସକୁ ସଫଳତା ମିଳିଛି । ଯେତେବେଳେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ ବିଭିନ୍ନ ବିଭାଗରୁ ନିୟୋଜିତ ଜରୁରୀକାଳୀନ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚô ପ୍ରଥମେ ରେଳ ଚଳାଚଳ ସ୍ୱାଭାବିକ କରିବା ସହିତ ସେହି ଦୁର୍ଘଟଣା ସ୍ଥଳକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଥାନ୍ତି । ଦୁର୍ଘଟଣା ସ୍ଥଳୀରେ ନିୟୋଜିତ କର୍ମଚାରୀଙ୍କ ଖାଦ୍ୟପେୟ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଭତ୍ତା ଦିଆଯାଏ । ଯେଉଁଥିରେ ସକାଳ ଜଳଖିଆ, ଦ୍ୱିପହର ଭୋଜନ, ସନ୍ଧ୍ୟା ଜଳଖିଆ ଓ ରାତ୍ରି ଭୋଜନ ଉଦ୍ଦିଷ୍ଟ ଥାଏ ।
ବିଡମ୍ବନା ବିଷୟ ଆଜି ପର୍ଯ୍ୟନ୍ତ ୨୫ ବର୍ଷ ତଳର ରେଳ ବୋର୍ଡ ସ୍ଥିରୀକୃତ କରିଥିବା ଖାଦ୍ୟ ଭତ୍ତା ମାତ୍ର ଚାଳିଶ ଟଙ୍କା ମିଳୁଥିଲା । ୨୦୧୫ ରେ ବଜାର ଦରକୁ ଲକ୍ଷକରି ରେଳ ବୋର୍ଡ ଚାଳିଶ ଟଙ୍କାକୁ ୩୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏହାକୁ ପୂର୍ବତଟ ରେଳପଥରେ ଶୀଘ୍ର ଲାଗୁ କରିବା ପାଇଁ ଶ୍ରମିକ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ୨୦୧୬ରେ ଆଇଟ୍ମ ନମ୍ୱର ୨୧ ଖାଦ୍ୟ ଭତ୍ତା ବୃଦ୍ଧି ପାଇଁ ୩୮ତମ ଜୋନାଲ ପିଏନ୍ଏମ୍ରେ ଦାବି ଉପସ୍ଥାପନା କରିଥିଲେ । ବାରମ୍ବାର ଏହି ଦାବିକୁ ଦୋହରାଇବା ପରେ ପୂର୍ବତଟ ରେଳପଥ ମୁଖ୍ୟ ଦପ୍ତରରୁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ୨୦୧୫ ରେଳ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ୩୧୦ ଟଙ୍କା ପିଛିଲା ତାରିଖ ଜୁଲାଇ ୪ରୁ ଲାଗୁ କରିବାକୁ ତିନି ମଣ୍ଡଳକୁ ନିଦେ୍ର୍ଦଶ ଜାରି କରିଥିଲେ । ବିଭିନ୍ନ କର୍ମଚାରୀମାନେ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଏକତ୍ରିତ ହୋଇ ଜେନେରାଲ ସେକ୍ରେଟାରୀ ଶ୍ରୀ ସାହୁଙ୍କୁ ଶ୍ରେୟ ଦେଇଥିଲେ । ସମ୍ବର୍ଦ୍ଧନା ସଭାରେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ସୁବ୍ରତ ପଣ୍ଡା, ଶରତ ପଣ୍ଡା, ଏମ୍ଜିକେ ରାଓ, ଶାଖା ସମ୍ପାଦକ ଏଲ୍ଡି ମହାନ୍ତି ମଞ୍ଚ ପରିÿାଳନା କରିଥିଲେ ।