ସାହିତ୍ୟ ସାରଥି ଉପାଧି ପାଇଲେ ଯଜେ୍ଞଶ୍ୱର
ଜୟପୁର : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶାର ରୌପ୍ୟ ଜୟନ୍ତୀ ଉସôବ ପାଳନ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତି୍ୟକ ଡ. ଯଜେ୍ଞଶ୍ୱର ପଣ୍ଡାଙ୍କୁ ସାହିତ୍ୟ ସାରଥି ଉପାଧିରେ ଭୁଷିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏ. ସୂର୍ଯ୍ୟନାରାୟଣ ନାଇଡୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି କଳାଭୂଷଣ ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ୱତନ୍ତ୍ର ଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ, ବିଜେପି ରାଜ୍ୟ ଉପସଭାପତି ଗୋଲକ ଚନ୍ଦ୍ର ମହାପାତ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପଶ୍ଚିମବଙ୍ଗ ଓ ଓଡିଶା ଦାୟିତ୍ୱ ନିର୍ବାହ କରୁଥିବା ଡ. ନିହାର ରଞ୍ଜନ ରାୟ ଓ ସମ୍ମାନିତ ଅତିଥିଭାବେ ଯଥାକ୍ରମେ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବିଶିଷ୍ଟ ଚଳଚିତ୍ର ତାରକା ଶ୍ରୀତମ ଦାସ, ବିଶ୍ୱଦେବ ସମାଜ ଜାତୀୟ ସଭାପତି ଗୁରୁଜ୍ଞାନଜ୍ୟୋତି ସ୍ୱାମୀ ଓଁକାରାନନ୍ଦ ସରସ୍ୱତୀ, ସନ୍ଥ ଗୁରୁଜ୍ଞାନ ସାଗର ଅନନ୍ତଶ୍ରୀ କବିଭୂଷିତ ମହାମଣ୍ଡଳେଶ୍ୱର ବ୍ରହ୍ମର୍ଷି ସ୍ୱାମୀ ବିଦ୍ୟାନନ୍ଦ ସରସ୍ୱତୀ ମହାରାଜ, ସଂସ୍କୃତି ସାରଥି ଇଂ. ସନ୍ନ୍ୟାସୀ ଏବଂ ଉପଦେଷ୍ଟା ସ୍କାର୍ଟ ଓଡିଶା ଡ. ଚିଦାତ୍ମିକା ଖଟୁଆ ଉପସ୍ଥିତ ଥିଲେ । ଏହି ଉପାଧି ସାହିତ୍ୟ ସାଧନା, ଭାଷା ସାହିତ୍ୟର ପ୍ରଚାର ପ୍ରସାର ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି ।