ଭାରତୀୟ ଛନ୍ଦ କବିତା ସାରା ପୃଥିବୀରେ ଶ୍ରେଷ୍ଠ 

 ବାଲେଶ୍ୱର: ସମଗ୍ର ବିଶ୍ୱ ସାହିତ୍ୟରେ ଭାରତୀୟ ଛନ୍ଦସାହିତ୍ୟ ହିଁ ଶ୍ରେଷ୍ଠ ଓ ଅନନ୍ୟ ଏବଂ ପୃଥିବୀର ସମସ୍ତ ସଭ୍ୟତା ମଧ୍ୟରୁ ଭାରତୀୟ ସଭ୍ୟତା ହିଁ କେବଳ ବଞ୍ଚିରହିଛି । ଆଞ୍ଚଳିକ ଭିତ୍ତିରେ ଓଡ଼ିଆ ଭାଷାର ବୈଚିତ୍ୟ  ପାଇଁ ଏହା ଅତ୍ୟନ୍ତ ଚଳଚଞ୍ଚଳ ଓ ସମୃଦ୍ଧ ତଥା ଆମୋଦଦାୟକ ।  ଓଡ଼ିଆ ଭାଷାର ପ୍ରତିଟି ଅକ୍ଷର ଓ ଫଳା ଇତ୍ୟାଦିର ବ୍ୟବହାର ହେବା ଯୋଗୁଁ ଅନ୍ୟ ଭାଷାମାନଙ୍କ ଠାରୁ ଏହା ସ୍ୱତନ୍ତ୍ର । ଆମର ସୌଭାଗ୍ୟ ଯେ, ଏହି ଭାଷାର ପରିଚୟ ନେଇ ପରିଚିତ ବୋଲି ‘ବିଦ୍ୟଭାରତୀ' ଦ୍ୱାରା ପ୍ରକାଶିତ କବି ଜୟନ୍ତ ହଂସରାଜଙ୍କ ଛନ୍ଦକାବ୍ୟ ସଂକଳନ ‘ଗୀତିମାଲ୍ୟ'ର ଉନ୍ମୋଚନ ଉସôବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହା କହିଛନ୍ତି । ପୁସ୍ତକର ପ୍ରକାଶକ କବି ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ସ୍ତମ୍ଭକାର ଓ ପ୍ରାବନ୍ଧିକ ଉପେନ୍ଦ୍ର ବିଶ୍ୱାଳ ଯୋଇଦେଇ କହିଥିଲେ ଯେ, ଯେଉଁ ଦେଶ ବିଦ୍ୟାଚର୍ଚ୍ଚାରେ ଯେତେ ଆଗୁଆ ଏବଂ ଯେଉଁ ଦେଶର ଅଧିବାସୀ ମାନବସମାଜର ପ୍ରଗତି ଓ ସୁରକ୍ଷା ପାଇଁ ଯେତେ ସମର୍ପିତ ସେ ଦେଶ ସେତେ ସମୃଦ୍ଧ ଓ ସଂସ୍କୃତ । ସଭାପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡିÿଶାରେ ପୂର୍ବସୂରୀଙ୍କ ପ୍ରତି ଅବଜ୍ଞା ଓ ଅସମ୍ମାନ ପ୍ରଦର୍ଶନର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ପରମ୍ପରାରେ ପରିଣତ ନହେଉ । ପୂର୍ବଜ ଲେଖକଙ୍କ ପ୍ରତି ଉତ୍ତର ପିଢ଼ି ଯଥାଯଥ ସମ୍ମାନ ପ୍ରଦର୍ଶନ କରିବା ଶିକ୍ଷା କରନ୍ତୁ । ସଭା ପ୍ରାରମ୍ଭରେ ଗୁରୁ ସତ୍ୟଜିତ୍ ମହାରଣାଶାସ୍ତ୍ରୀୟ ରାଗ ପରିବେଷଣ ଏବଂ ଗୁରୁ କମଳାକାନ୍ତ ବେହେରା ଓ ଗୁରୁ ଇଂ. ତୀର୍ଥରଞ୍ଜନ ବଳଙ୍କର ତବଲାବାଦନ କରିଥିଲେ । କଳାକାରଙ୍କୁ ମୁଖ୍ୟଅତିଥି ଡ. ଦାସ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ସୁବାସ ପାତ୍ର, ସଗୀତ ଗୁରୁ ବ୍ରଜେଶ ପଣ୍ଡା ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଚଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।