ଭାରତ-ଇଂଲଣ୍ଡ ବାରବାଟୀ ମ୍ୟାଚ : ଟିକେଟ କିଣିବାକୁ ବଢୁଛି ଉତ୍ସାହ

ଭାରତ-ଇଂଲଣ୍ଡ ବାରବାଟୀ ମ୍ୟାଚ  : ଟିକେଟ କିଣିବାକୁ ବଢୁଛି ଉତ୍ସାହ

ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଇଂଲଣ୍ଡ କ୍ରିକେଟ ମ୍ୟାଚ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ସରିଛି। ଓଡ଼ିଶା କ୍ରିକେଟ ଆସୋସିଏସନ ଦ୍ବାରା ଅନୁବନ୍ଧିତ ସଂସ୍ଥାକୁ ଆଜି ଟିକେଟ୍ ମିଳିବ। ୫ ଓ ୬ ତାରିଖ ଏହି ଦୁଇଦିନ କାଉଣ୍ଟରରେ ଟିକେଟ୍‌ ଉପଲବ୍ଧ ହେବ। ଗତକାଲି ଅନଲାନରେ ଟିକେଟ୍ ମିଳିଥିଲା । କିନ୍ତୁ ଆରମ୍ଭର ସର୍ଭର ଡାଉନ୍ ଯୋଗୁଁ ସମସ୍ୟା ହୋଇଥିଲା। ତେବେ ଅଧ ଘଣ୍ଟା ପରେ ୨,୪ ଓ ୭ ନମ୍ବର ଗ୍ୟାଲେରି ଟିକେଟ୍ ସୋଲ୍‌ଡ ଆଉଟ୍ ବା ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା । 

ଫଳରେ ନିରାଶ ହୋଇଥିଲେ ହଜାର ହଜାର କ୍ରିକେଟ୍ ପ୍ରେମୀ। ଏବେ ଅଫଲାଇନ ଟିକେଟ୍ କିଣିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରୀଡ଼ାପ୍ରେମୀ। ଦୀର୍ଘ ୬ ବର୍ଷ ପରେ ବାରବାଟୀକୁ ଫେରିଛି ୱାନଡେ ମ୍ୟାଚ। ୨୦୨୨ରେ ଯଦିଓ ଫଟାଫଟ କ୍ରିକେଟ ଖେଳାଯାଇଥିଲା, କିନ୍ତୁ ୫୦ ଓଭର ମ୍ୟାଚର ମଜା କିଛି ଅଲଗା। ବଡ଼ କଥା ହେଉଛି,

ଏଥର ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳି ବାରବାଟୀରେ ଖେଳିବେ। ଏହି ଦୁଇ ତାରକାଙ୍କୁ ଦେଖିବା ପାଇଁ ଅଧିକ ସଂଖ୍ୟାରେ ଫ୍ୟାନ ଷ୍ଟାଡିୟମ ଆସିବେ। ଗ୍ୟାଲେରୀ ନମ୍ବର-୨ ଓ ୪ ପାଇଁ ୯୦୦ ଟଙ୍କା ଏବଂ ୭ ନମ୍ବର ପାଇଁ ୭୦୦ ଟଙ୍କା ରଖାଯାଇଛି। ସେହିପରି ସ୍ପେଶାଲ ଏନକ୍ଲୋଜର ପାଇଁ ୬ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ ପାଇଁ ୮ହଜାର ଟଙ୍କା ଏବଂ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।