ଭାରିଯାନ ଦଖଲରେ କଳିଙ୍ଗନଗର କରିଡ଼ର ବେଆଇନ୍ ପାର୍କିଂ ପାଇଁ ଘଟୁଛି ଦୁର୍ଘଟଣା; ଯାଉଛି ଜୀବନ 


ାା ପ୍ରଭାନୁ୍ୟଜ ।ା ଯଖପୁରା,: ସବୁଜିମା ନୁହେଁ କଳିଙ୍ଗନଗର କରିଡ଼ରକୁ ଦଖଲ କରି ରଖିଛି ହଜାର ହଜାର ଭାରୀଯାନ । କଳିଙ୍ଗନଗର କରିଡ଼ରକୁ ସବୁଜିମା କରିବାକୁ ରଖାଯାଇଥିବା ଲକ୍ଷ୍ୟ ବିଚୁ୍ୟତ ଘଟିଥିବା ବେଳେ ରାଜ୍ୟ ଏବଂ ରାଜ୍ୟ ବାହାରର ଭାରୀଯାନ ଗୁଡ଼ିକର ବେଆଇନ ପାର୍କିଂ ଦୁର୍ଘଟଣା କରିଡ଼ର ପାଲଟିଯାଉଛି । ଯାହା ଜନତାଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବ୍ୟସ୍ତବହୁଳ ରହୁଛି । ପ୍ରତ୍ୟେକ ଦିନ ବିଭିନ୍ନ ଶିଳ୍ପାଞ୍ଚଳକୁ ଅନେକ ଭାରୀଯାନ ଠାରୁ ଆରମ୍ଭ କରି ହାଲୁକା ଯାନ ଯିବା ଆସିବା କରୁଛନ୍ତି । କେବଳ ଯେ ଶିଳ୍ପାଞ୍ଚଳକୁ ଗାଡ଼ି ସବୁ ଆସୁଛି ତାହା ନୁହେଁ ତା ଛଡା ବିଭିନ୍ନ କାରଖାନାକୁ ପ୍ରତିଦିନ ହଜାର ହଜାର କର୍ମଚାରୀ ନିଜର ଗୁଜୁରାଣ ମେଣ୍ଟାଇବା ଆସୁଛନ୍ତି । ଫଳରେ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବ୍ୟସ୍ତ ରହୁଛି । ରାସ୍ତାରେ ଜୀବନକୁ ସୁରକ୍ଷା ରଖି ଯିବା ବର୍ତମାନ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି । ପ୍ରତି ମୁହୂର୍ତରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏହାର ଅନେକ କାରଣ ଥିଲେ ମଧ୍ୟ ବେଆଇନ ଭାବରେ ରାସ୍ତା କଡ଼ରେ ବଡ଼ ବଡ଼ ଭାରିଯାନ ପାର୍କିଂ କରିବା ତାର ପ୍ରମୁଖ କାରଣ ସାଜିଛି । ଦାନଗଦୀ ମିଲିଟାରୀ ଛକରୁ ପଙ୍କପାଳ ବାଘବାଳି ଛକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମାର୍ଗ ସଦା ସର୍ବଦା ବ୍ୟସ୍ତ ରହୁଛି । ଏହାର ପ୍ରମୁଖ କାରଣ କଳିଙ୍ଗନଗର ଶିଳ୍ପାଞ୍ଚଳର ଅନେକ କାରଖାନାକୁ ଯିବା ପାଇଁ ଏହି ରାସ୍ତାକୁ ସଂଯୋଗ ରହିଛି । ଭିସା, ଜିନ୍ଦଲ, ଟାଟା, ଜଟିଆ, ଭି ସି ଆଇ, ନି ଭିଷ୍ଟା ଓ ମିଶ୍ରିଲାଲ୍ କାରଖାନା ସହିତ ବିଜୁ ମାର୍ଗ ସଂଯୋଗ କରୁଛି । ଫଳରେ ଏହି କାରଖାନାକୁ ପ୍ରତି ଦିନ ଆସୁଥିବା ଶହଶହ ଗାଡି ଯିବା ଆସିବା କରୁଛି । ଅନେକ କଳକାରଖାନାକୁ କଞ୍ଚା ମାଲ ଧରି ଆସୁଥିବା ଭାରୀଯାନ ସବୁ କୌଣସି କାରଣରୁ ରାସ୍ତା କଡ଼ରେ ପାର୍କିଂ କରାଯାଉଛି । ସେହିପରି ବିଜୁ ମାର୍ଗ ଚଣ୍ଡିଖୋଲ ଠାରୁ ଦୈତାରୀ ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଛି । ଗୋପବନ୍ଧୁ ମାର୍ଗ ଦଶମାଣିଆ ଚାରି ଛକ ଠାରୁ ବି ଆର ପି ଏଲ ଛକକୁ ମଧ୍ୟ ଏହି ରାସ୍ତା ସଂଯୋଗ ହୋଇଛି । ଏହା ସହିତ ମଇଥାନ, ୟାଜଦିନ,ସାଗର ସିମେଣ୍ଟ,ଏମ ଏସ ଏମଇର କ୍ଷୁଦ୍ର କ୍ଷୁଦ୍ରଶିଳ୍ପ ତା ସହିତ ଟାଟା ରୋହିତ, ଟାଟା କଳିଙ୍ଗନଗର, ଜେ ଏସ ଦବ୍ଲ୍ୟୁ ସିମେଣ୍ଟ,ବି ଆର ପି ଏଲ କାରଖାନାର ରାସ୍ତା ସହିତ ଏହାର ସଂଯୋଗ ରହିଛି । ମାତ୍ର ରାସ୍ତାର ଏତେ ଗୁରୁତ୍ୱ ଥିଲେ ମଧ୍ୟ ଏହାକୁ ସେହି ଭଳି ଢଙ୍ଗରେ ସୁରକ୍ଷା ଦିଆଯାଉ ନାହିଁ । ବାରମ୍ବାର ରାସ୍ତା ଜାମ ରହି ଲୋକମାନଙ୍କ ପ୍ରତି ବିପଦ ରହୁଛି । କେବଳ ଯେ ଏହି ରାସ୍ତାରେ କାରଖାନାକୁ ଆସୁଥିବା ଗାଡି ସବୁ ନିର୍ଭର କରନ୍ତି ତାହା ନୁହେଁ ଏହି ରାସ୍ତା ମଧ୍ୟ ଆଖ ପାଖ ଦାନଗଦୀ, ମଙ୍ଗଳପୁର, ଯଖପୁରା, ରାବଣା, ଦଶମାଣିଆ, ମାନତିରା, ଖପୁରିଆପଦା, କୁମ୍ଭିରଗଡିଆ, ରାଛିପୂର୍ ଆଦି ଅଞ୍ଚଳର ପ୍ରାୟ କୋଡିଏ ହଜାରରୁ ଅଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଅନେକ ସମୟରେ ଦୁର୍ଘଟଣା ଘଟି ସାଧାରଣ ଲୋକମାନଙ୍କର ଜୀବନ ଯାଉଛି । ରାସ୍ତା କଡ଼ରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ସବୁ ଅଟକି ରହୁଥିବା ଯୋଗୁଁ ରାସ୍ତା ଜାମ ରହୁଛି । ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି ରାସ୍ତା କଡ଼ରେ ବେ ଆଇନ ଭାବରେ ଗାଡ଼ି ଛିଡା ହୋଇରହିବା ସକାଶେ ଅନେକ ଦୁର୍ଘଟଣା ଘଟିଛି । ଅନେକ ପଥରେ ଚାରି ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇ ରହିଥିବା ଗାଡ଼ି ପଛରେ ପିଟି ହୋଇ ନିଜର ଜାବନ୍ ହରାଉଛନ୍ତି । ଆଇ କିଛି ବଞ୍ଚିଯାଉଥିଲେ ମଧ୍ୟ ଆହତ ହୋଇ ପଙ୍ଗୁ ହୋଇଯାଉଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳର ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଛି । ଏହାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଅନେକ ବାର ସ୍ଥାନୀୟ ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ଉପସ୍ଥିତିରେ ବସିଛି । ତାହା ମଧ୍ୟ ସଫଳ ହୋଇପାରି ନାହିଁ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନେକ ବାର ଆଲୋଚନା ହୋଇଥିଲେ ମଧ୍ୟ ତାର ସଫଳ ଜନସାଧାରଣଙ୍କୁ ମିଳିପାରିନାହିଁ । ଫଳରେ ଅନେକ ସମୟରେ ଅସମୟରେ ସ୍ଥାନୀୟ ଅଞ୍ଚଳ ଲୋକମାନଙ୍କର ଧନ ଜୀବନ ନଷ୍ଟ ହେଉଥିବାର ଦେଖିବାକୁମିଳୁଛି । ଯଦି ଏହି ସମସ୍ୟାକୁ ନିରିକ୍ଷୀ ଦେଖିବା ତେବେ ଏଇ କିଛି ବର୍ଷ ମାସ ମଧ୍ୟରେ ସ୍ଥାନୀୟ କୁମ୍ଭିରଗଡିଆ, ପଙ୍କପାଳ, ମାନତିରା, ଖପୁରିଆପଦା ସ୍ଥାନୀୟ ଅଂଚଳର ଲୋକଙ୍କର ଜୀବନ ଗାଡ଼ି ଚକା ତଳେ ଯାଇଛି । କାରଖାନାକୁ ଆସୁଥିବା ଗାଡ଼ି ସବୁ ଘଣ୍ଟାଘଣ୍ଟା ଧରି ରାସ୍ତା କଡ଼ରେ ଛିଡ଼ା ହୋଇରହିଥିବା ପାଇଁ ଏସବୁ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ମାତ୍ର ସାଧାରଣ ଲୋକଙ୍କ ଧନ ଜୀବନ ପାଇଁ ସଜାଗ ରହିଥିବା ପୁଲିସ ବାବୁ ଏହା ଉପରେ ଧ୍ୟାନ ଦେଉନଥିବାର ଦେଖିବାକୁ ମିଳୁଛି । ଗୋପବନ୍ଧୁ ମାର୍ଗ ହେଉ ଅଥବା ବିଜୁ ପଟ୍ଟନାୟକ ମାର୍ଗ ହେଉ ଏହାର ନିକଟରେ ଯଖପୁରା ଥାନା ରହିଥିବା ସତ୍ୱେ ଏସବୁ କାଣ୍ଡ କାରଖାନା ହେଉଛି ।ପୋଲିସ ବାବୁ ମାନେ ଗୋଡ଼ ଉପରେ ଗୋଡ଼ ପକାଇ ବସିରହୁଛନ୍ତି । ଫଳରେ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଯିଏ ଯାହା ଚାହିଁଲା ତାହା କରିଲା । ସାଇଜର ପରି ଟ୍ରାନ୍ସପୋର୍ଟ,ଦଶମାଣିଆ ଛକ ନିକଟରେ ପେଟ୍ରୋଲ ପମ୍ପ,ରାସ୍ତାର ର ଉଭୟ ପାର୍ଶ୍ୱରେ ଥିବା ଢ଼ାବା ହୋଟେଲ,ଦିଗାମ୍ବର ପୁର ଛକ,ପଙ୍କପାଳ ଛକ,ତେଲିବାହାଲି ଛକ ଆଦି ସ୍ଥାନ ମାନଙ୍କରେ ଗାଡ଼ି ସବୁ ଘଣ୍ଟା ଘଣ୍ଟା ଧରି ଛିଡା ହୋଇରହୁଛି । ଯାହାକୁ ସବୁ ଯଖପୁରା ପୁଲିସ ଅଧିକାରୀ ଦେଖି ନଦେଖିଲା ପରି ହେଉଛନ୍ତି । ପୁଲିସ ବାବୁ ଯଦି ଏହାକୁ କଡା ନଜରରେ ଦେଖନ୍ତେ ତେବେ ଦୁର୍ଘଟଣାର କାରଣ ସଜୁଥିବା ବେଆଇନ ପାର୍କିଂ ସବୁ ଠପ୍ ହୋଇ ଯାଆନ୍ତା ବୋଲି ସାଧାରଣ ଲୋକ କହିଛନ୍ତି । ବେଆଇନ ଭାବରେ ରାସ୍ତା କଡ଼ରେ ଛିଡା ହୋଇ ରହୁଥିବା ଗାଡ଼ି ସହିତ କାରଖାନାକୁ ଆସୁଥିବା ଗାଡି ସବୁକୁ ଯଦି ରାସ୍ତା କଡ଼ରୁ ହଟାଯାଇ ପାରନ୍ତା ତେବେ କିଛି ମାତ୍ରାରେ ଦୁର୍ଘଟଣାକୁ ରୋକାଯାଇ ପାରନ୍ତା ବୋଲି ସାଧାରଣ ଲୋକେ କହିଛନ୍ତି । ସେହିପରି ବିଭିନ୍ନ କାରଖାନା କୁ ଆସୁଥିବା ଗାଡ଼ି ସବୁ ଯଦି ନିଜ ନିଜ କାରଖାନା ପରିସୀମା ମଧ୍ୟରେ ପାର୍କିଂ କରନ୍ତି ତେବେ ତାହା ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ରହି ଦୁର୍ଘଟଣାକୁ ନିମନ୍ତ୍ରଣ କରନ୍ତା ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି ।ଆଗାମୀ ଦିନରେ ଯଦି ଟ୍ରାଫିକ ସମସ୍ୟାକୁ ଦୂର କରାନଯିବ ତେବେ ଏଥି ପାଇଁ ସ୍ଥାନୀୟ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି । ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।