ଟିଏସ୍ଆଇଟି ଓ ଟିଏସ୍ଏଫ୍ ପକ୍ଷରୁ ଅତ୍ୟାଧୁନିକ ଚକ୍ଷୁ ଚିକିସôା ଶୁଭାରମ୍ଭ

କେନ୍ଦୁଝର : ଟାଟା କମୁ୍ୟନିଟି ଇନିସିଏଟିଭ୍ ଟ୍ରଷ୍ଟ (ଟିସିଆଇଟି) ଓ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚୁ୍ୟଟ (ଏଲଭିପିଇଆଇ) ସହ ସହଭାଗିତାରେ କେନ୍ଦୁଝର ସହରର ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟର (ବିଏନପିଇସି) ଠାରେ ଅତ୍ୟାଧୁନିକ ଚକ୍ଷୁ ଚିକିସôାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (କେନ୍ଦୁଝର) ପ୍ରଦୀପ କୁମାର ମିଶ୍ର, ଟାଟା ସନ୍ସ ଅଧୀନସ୍ଥ ଟାଟା ସଷ୍ଟେନେବିଲିଟି ଗ୍ରୁପ୍ର ସୋସିଆଲ ସର୍ଭିସେସ୍ କ୍ଳଷ୍ଟର ମୁଖ୍ୟ ଶ୍ରୀରଙ୍ଗ ଧବାଲେ, ଟାଟା ଷ୍ଟିଲ ଯୋଡା ଚିଫ ରାଜେଶ କୁମାର, ଟିସିଏସ୍ ଡେଲିଭେରି ସେଣ୍ଟର ହେଡ୍ ବିଭୁ ପଣ୍ଡା, ଟାଟା ଷ୍ଟିଲ୍ ଫାଉଣ୍ଡେସନର ଯୋଡା କ୍ଳଷ୍ଟର ମୁଖ୍ୟ ରବିନ୍ଦ୍ର କୁମାର, ଏଲ୍ଭିପିଇଆଇର ପବ୍ଲିକ୍ ହେଲ୍ଥ ନେଟ୍ୱର୍କ ଡାଇରେକ୍ଟର ଡକ୍ଟର ରୋହିତ ଖାନ୍ନା, ଚିଫ ହୁ୍ୟମାନ୍ ରିସୋର୍ସ (ଟିଏସ୍ଏଫ୍) ସୁଧୀର ସିଂଙ୍କ ସହ ଟାଟା ଷ୍ଟିଲ ଏବଂ ଟି ଏସ୍ ଏଫ୍ ର ବହୁ ଅଧିକାରୀ ଓ ଏଲ୍ଭି ପ୍ରସାଦ ଚିକିସôାଳୟର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ କେନ୍ଦୁଝର ଓ ଆଖପାଖ ଜିଲ୍ଲାର ଲୋକମାନଙ୍କୁ ସେବା ପ୍ରଦାନ କରୁଥିବା ବିଜୟାନନ୍ଦ ପଟ୍ଟନାୟକ ଆଇ କେୟାର ସେଣ୍ଟର କୁ ୧୩ ଗୋଟି ଅତ୍ୟାଧୁନିକ ଅସ୍ତ୍ରୋପଚାର ଓ ନିଦାନ ଉପକରଣ ପ୍ରଦାନ କରାଯାଇଛି । ଏହି ସୁବିଧା ଟାଟା ଷ୍ଟିଲ ଫାଉଣ୍ଡେସନର କାର୍ଯ୍ୟକ୍ଷେତ୍ର ଯଥା କଳିଙ୍ଗନଗର, ବ୍ରାହ୍ମଣୀପାଳ, ସୁକିନ୍ଦା ଓ ଯୋଡା ପର୍ଯ୍ୟନ୍ତ ସମ୍ପ୍ରସାରିତ । ଏହି ଅବସରରେ ପ୍ରଦୀପ କୁମାର ମିଶ୍ର କହିଲେ, "ମୋର ଦୃଢ ବିଶ୍ୱାସ ଏହି ଅତ୍ୟାଧୁନିକ ସେବା ଦ୍ୱାରା ଆଖପାଖ ଅଞ୍ଚଳର ବହୁ ଲୋକେ ଉପକୃତ ହେବେ ଓ ଏଥିପାଇଁ ମୁଁ ଟାଟା ଗ୍ରୁପ କୁ ସାଧୁବାଦ ଜଣାଉଛିଃ । ଶ୍ରୀରଙ୍ଗ ଧବାଲେ କହିଛନ୍ତି ଯେ, “ରାଷ୍ଟ୍ର ଗଠନର ମୂଲ୍ୟବୋଧକୁ ଟାଟା ଗ୍ରୁପ୍ ଦୀର୍ଘଦିନରୁ ବଜାୟ ରଖିଛି । ଟାଟା ଗ୍ରୁପ୍ର ଗୋଷ୍ଠୀ କୈନ୍ଦ୍ରୀକ ଆଭିମୁଖ୍ୟ ଓ ଏଲ୍ଭିପିଇଆଇର ବିଶେଷତାକୁ ମିଶ୍ରଣ କରି ଏହି ଅଭିଯାନରେ ପ୍ରତିଷେଧକମୂଳକ ଅନ୍ଧତ୍ୱକୁ ଦୂର କରିବା ଏବଂ ଓଡିଶାର ଆଦିବାସୀ ଓ ଉପେକ୍ଷିତ ଲୋକଙ୍କ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।