ପ୍ରାଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ଧର୍ମଶାଳା ଉଦୟବଟ ଉଚ୍ଚ ବିଦ୍ୟାଳୟ ପଟୁଣିଅର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଶିକ୍ଷକ ପ୍ରସନ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ରାଜ୍ୟ ଶିକ୍ଷକ ସଂଘର ସମ୍ପାଦକ ସଦୀପ୍ତ ମହାନ୍ତି, ଶିକ୍ଷାବିତ କାମଦେବ ଶତପଥୀ,ସାହିତି୍ୟକ ବାମଦେବ ପାଢୀ, ଯଶୋବନ୍ତ ଲେଙ୍କା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଗଗନ ବିହାରୀ ସାମଲଙ୍କ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦୟବଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ମହାରଣା, ପଟୁଣିଆ ପଞ୍ଚାୟତ ସରପଞ୍ଚ ବୈଶାଳୀ ରାଉତ, ସମାଜସେବୀ କାହ୍ନୁଚରଣ ସାମଲ, ଶିକ୍ଷାବିତ ମୋହନ ଚରଣ ସାମଲ, ଜିଲା ଶିକ୍ଷକ ସଂଘର ଉପଦେଷ୍ଟା ବସନ୍ତ ବାରିକ, ଜିଲା ସଂଘର ସମ୍ପାଦକ ପ୍ରତାପ ପାତ୍ର ଓ ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଜ୍ଞାନରଞ୍ଜନ କର ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ସାମଲ ମାନପତ୍ର ପଠନ କରିଥିଲେ । ବିଦ୍ୟାଳୟ ତରଫରୁ ଅତିଥି ଶିକ୍ଷକ ମନୋରଞ୍ଜନ କର, ନାରାୟଣ ସ୍ୱାଇଁ, ସହକାରୀ ଶିକ୍ଷକ ଅନନ୍ତ କିଶୋର ପଣ୍ଡା ଓ କ୍ରିଡା ଶିକ୍ଷକ ଶ୍ୟାମ ସୁନ୍ଦର ରାଉତ ସମେତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।