ଭାଷା ଦିବସ ପାଳିତ
ସିଂହପୁର : ବରୁଣେଶ୍ୱର ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଆନ୍ତଃଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ବିନ୍ଦୁରେଖା ନାୟକ ଉଦ୍ଘାଟନ କରିବା ସହ ମାତୃଭାଷା କିଭଳି ମଣିଷକୁ ଶ୍ରେଷ୍ଠ କରିପାରେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର ଭାଷାର ସୃଷ୍ଟି, ଉଚ୍ଚାରଣ ଏବଂ ଦେଶୀୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷାର ଏତିହ୍ୟ ଓ ପ୍ରାଚିନତା ସମ୍ପର୍କରେ ରବିନ୍ଦ୍ର କୁମାର ପରିଡା, ବିଜୟକୃଷ୍ଣ ଦାସ, ମିହିର ବିକାଶ ମହାନ୍ତି ପ୍ରମୁଖ ନିଜର ମତ ରଖିଥିଲେ । ବିଭାଗୀୟ ମୁଖ୍ୟ ସୁବ୍ରତ ଦାସ ସ୍ୱାଗତ ଭାଷଣ ପ୍ରାଦନ କରିଥିବା ବେଳେ ଡ. ଦୀପକ ଜେନା ଅତିଥି ପରିଚୟ ପ୍ରାଦନ କରିଥିଲେ । ଅଧ୍ୟାପିକା ଯୋସ୍ନା ରାଣୀ ଜେନା ମଞ୍ଚ ପରିଚାଳନା କରିଥିଲେ ।ଆଧ୍ୟାପିକା ଶୋଭାଶିଷା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଆନନ୍ଦପୁର: ଆନନ୍ଦପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଟୁକୁଣା ସ୍ଥିତ ବଳଭଦ୍ର ନାରାୟଣ ସରକାରୀ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବିଦ୍ୟାଳୟ ଅଧକ୍ଷ୍ୟ ମନୋରଞ୍ଜନ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଓଡ଼ିଆରେ ସମ୍ବିଧାନର ପ୍ରସ୍ତବନା ଗଠନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧକ୍ଷା ଡ଼ଃ ଇନ୍ଦିରା ଚକ୍ର, ବରିଷ୍ଠ ଅଧ୍ୟାପକ ଡ଼ଃ ଗୋପିନାଥ ପଣ୍ଡା, ଅଧ୍ୟାପକ ସୁଦର୍ଶନ ସାହୁ, ଡ. ଭୋଳେଶ୍ୱର ପ୍ରଧାନ, ଯଦୁମଣୀ ମିଶ୍ର ଏବଂ ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ମାତୃ ଭାଷାର ଶିକ୍ଷାଦାନ ପଦ୍ଧତି ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସେହିପରି ଓଡ଼ିଆ କବୀତା ପଠନ, ପ୍ରବନ୍ଧ ଲିଖନ ଏବଂ ଚିତ୍ରାଙ୍କନରେ ଭାଗନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଜଙ୍ଘାରରେ ପତଳାଶୁଣୀ ସରକାରୀ ଉ.ପ୍ରା ସ୍କୁଲରେ ମଧ୍ୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଶିକ୍ଷୟିତ୍ରୀ କବୀତା ରାଣୀ ଦୀକ୍ଷିତ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଦମୟନ୍ତୀ ନାଇକ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।
ବ୍ୟାସନଗର: ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ସମ୍ମାନ ବିଭାଗ ପକ୍ଷରୁ ମାତୃଭାଷା’ ଦିବସ ପାଳନ କରାଯାଇଥିଲା । ବିଭାଗୀୟ ମୁଖ୍ୟଅଧ୍ୟାପିକା ସୁମିତ୍ରା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଓ ଅଧ୍ୟାପିକା ଝୁନୁମଣୀ ଜେନା ଯୋଗଦେଇ ମାତୃଭାଷାର ବ୍ୟବହାର ଓ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ । ପରେ ଛାତ୍ରୀ ସାଗରିକା ଜେନା, ସ୍ମୃତିରେଖା ସାହୁ, ପ୍ରଜ୍ଞାପାରମିତା ପତି, ସିଲି ସେଠୀ, ରମାରାଣୀ ମଲ୍ଲିକ ପ୍ରମୁଖ ଭାଷାଭିତିକ ସଂଗୀତ ପରିବେଶଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମ, ସୁବର୍ଣ୍ଣା ସାହୁ, ପ୍ରଭାସିନୀ ପତି, ଇପ୍ସିତା ମାଝି, ମୃଣ୍ମୟୀ ତରାଇ, ଶିବାନୀ ସେଠୀ, ଲିସାରାଣୀ ସାମଲ, ଦୀପାରାଣୀ ଜେନା, କେଶରୀ ମୁଣ୍ଡା, ଆଭାଜ୍ୟୋତି ମଲ୍ଲିକ, ମମତା ପାଜି, ସୋନି ସାହୁ, ପ୍ରିୟଙ୍କା ପଣ୍ଡା, ସଙ୍ଗୀତା ଦେଓ ପ୍ରମୁଖ ଛାତ୍ରୀମାନେ ମାତୃଭାଷା ପ୍ରସଙ୍ଗ ଭିତିକ ବକ୍ତବ୍ୟ ଦେଇଥିଲେ । ଛାତ୍ରୀ ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।