ପେଟ ପାଇଁ ନାଟ : ରାସ୍ତା କଡରେ ଛତୁ ବିକୁଛି ନାବାଳକ

 ତାଳଚେର : ସରାକାର କେତେ କ’ଣ ଯୋଜନା ପ୍ରଣୟନ କରୁଛନ୍ତି, ଏଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବାବୁଭାୟାମାନେ ଦରମା ନେଇ ଶୀତତାପ ନିୟନ୍ତ୍ରଣ କୋଠରୀ ମଧ୍ୟରେ ରହି ମାସ ଶେଷକୁ ଦରମା ଗଣ୍ଡେ ପାଇ ବେଶ ଖୁସ୍; କିନ୍ତୁ ବାସ୍ତବ ପକ୍ଷେ ଏହି ଯୋଜନାମାନ କେତେ କାର୍ଯ୍ୟକାରୀ ହେଉଛି ତାହା ଗ୍ରାଉଣ୍ଡ ରିପୋର୍ଟରୁ ଜଣାପଡ଼ିଥାଏ । ଏଭଳି ଏକ ଲଜ୍ଜ୍ୟାକର ଘଟଣା ଦେଖିବାକୁ ମିଳିଛି ତାଳଚେର ହାଟତୋଟା ସ୍ଥିତ ରାସ୍ତା କଡ଼ରେ ।  ଜଣେ ନାବାଳକ ପାଠପଢ଼ା ଛାଡ଼ି ପେଟପାଟଣା ପାଇଁ ଛତୁୁ ବିକି ପେଟ ଚାଖଣ୍ଡେ ପାଇଁ ସଂଘର୍ଷ କରୁଥିବା ଘଟଣା ସତେ ଯେପରି ସମାଜ ପ୍ରତି ବିଦ୍ରୁପ କଲାଭଳି ମନେ ହୁଏ । ଆଜିର ଯୁବପିଢ଼ୀ କାଲିର ଭବିଷ୍ୟତ । ଏଥିପାଇଁ ମଧ୍ୟ ବାପାମା’ ପିଲାଟି ମଣିଷ ହେବା ପାଇଁ କେତେଯେ ସ୍ୱପ୍ନ ଦେଖିନଥାନ୍ତି । ମାତ୍ର ଅଭାବୀ ପରିବାର ସାଜିଛି ଥାଏ ତାଙ୍କୁ ବାଧକ । ସରକାର ଶିକ୍ଷା ଉପରେ ପ୍ରାଧାନ୍ୟ ଦେଉଥିବା ବେଳେ ଏହି ଘଟଣାରୁ ସ୍ପଷ୍ଟ ବାରି ହେଉଛି ଯେ କେବଳ ଏହା କାଗଜ କଲମରେ ନା କେବଳ ଭାଷଣ ମାଧ୍ୟମରେ ସିମୀତ । ଉକ୍ତ ନା ବାଳକ ଦୈନନ୍ଦିନ ଏହି ଫୁଟପାଟରେ ବସି ଛତୁ ବିକୁଥିବା ନିଶ୍ଚିତ ଭାବେ ଦୁଃଖ ଓ ପରିତାପର ବିଷୟ । ଏଠାରେ ଶିଶୁ ସ୍ୱଧାରଗୃହ ମାଳମାଳ ରହିଥିବାବେଳ ଅଙ୍ଗନବାଡ଼ି, ବିଦ୍ୟାଳୟ ରହିଥିଲେ ମଧ୍ୟ ନାବାଳକଟି ରାସ୍ତା କଡ଼ରେ ଛତୁ ବିକିବା କେତେ ଯୁକ୍ତିଯୁକ୍ତ ଏହାକୁ ନେଇ କଳ୍ପନା ଜଳ୍ପନା ବୃଦ୍ଧି ପାଇଛି । ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।