ଗଣଧାରଣା ନେଇ ଶିକ୍ଷକ କର୍ମଚାରୀ ସମନ୍ୱୟର ଆହ୍ୱାନ

 ପୁରୀ : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପୁରୀ ଶାଖା ପକ୍ଷରୁ ରାମଚଣ୍ଡୀ ସାହି ସ୍ଥିତ ଓଷ୍ଟା କାର୍ଯ୍ୟାଳୟ ଠାରେ ଏକ କନଭେନସନ୍ ଆୟୋଜିତ ହୋଇଥିଲା । ଓଷ୍ଟାର ସଭାପତି ବିଜୟ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ତଥା ଓଷ୍ଟାର ସଂପାଦକ ବିଭୂଦତ୍ତ ନାୟକ ଯୋଗ ଦେଇ  କରିଥିଲେ ଯେ, ଭାରତ ବର୍ଷ ସ୍ୱାଧୀନତା ଲାଭ କଲାବେଳେ ଓଡ଼ିଶାର ଉଚ୍ଚ ବିଦ୍ୟାଳୟ ସଂଖ୍ୟା ଥିଲା ୩୫୬ । ତତ୍କାଳୀନ ସରକାର ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଜନସାଧାରଣଙ୍କୁ ବିଦ୍ୟାଳୟ ଖୋଲିବାକୁ ଆହ୍ୱାନ କରିଥିଲେ । ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ରାଜ୍ୟର ଅଳ୍ପ କେତୋଟି ହାତଗଣତି ବିଦ୍ୟାଳୟକୁ ଛାଡ଼ି ଏହିପରି ଶିକ୍ଷାନୁଷ୍ଠାନମାନ ଖୋଲାଯାଇଥିଲା । ଆଇନ ଅନୁଯାୟୀ ପରିଚାଳନା କମିଟୀ ଉକ୍ତ ବିଦ୍ୟାଳୟମାନଙ୍କରେ ଉଚ୍ଚ ଯୋଗ୍ୟତା ସଂପନ୍ନ ଯୁବକ ଯୁବତୀମାନଙ୍କୁ ଶିକ୍ଷକ ଓ କର୍ମଚାରୀ ଭାବେ ନିଯୁକ୍ତି ଦେଇଥିଲେ । ପରବର୍ତ୍ତୀ ସମୟରେ ସରକାର ଏହି ବିଦ୍ୟାଳୟ ଗୁଡ଼ିକୁ ସ୍ୱିକୃତୀ ପ୍ରଦାନ କଲେ । ୧୯୬୯ ଓ ୧୯୭୨ଶିକ୍ଷା ଆଇନକୁ ଭିତ୍ତି କରି ସରକାର ଉକ୍ତ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଦରମା ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ପ୍ରଦାନ କଲେ । ଏହି ବ୍ୟବସ୍ଥା ୧୯୯୪ ପର୍ଯ୍ୟନ୍ତ ଚାଲିଲା । ୧୯୯୪ ମସିହା ପରେ ଉକ୍ତ ଆଇନକୁ ତତ୍କାଳୀନ ସରକାର ବନ୍ଦ କରି ବ୍ଲକ୍ ଗ୍ରାଣ୍ଟ ଭଳି ଏକ କୁତ୍ସିତ ପ୍ରଥା ପ୍ରଣୟନ କଲେ । ଯେଉଁଥିରେ ଶିକ୍ଷକ ଓ କର୍ମଚାରୀମାନେ କେବଳ ବ୍ଲକଗ୍ରାଣ୍ଟ ମୁଣ୍ଡାମୁଣ୍ଡି ପାଇ ଅବସର ନେବା ପରେ ପେନ୍ସନ୍ ବାବଦରେ ଟଙ୍କାଟିଏ ପାଉନଥିବା ବେଳେ ସେଥିରେ ଚାକିରି ସର୍ତ୍ତାବଳୀ ନାହିଁ କିମ୍ବା ଅବସରକାଳୀନ କୌଣସି ସୁବିଧା ସୁଯୋଗ ନାହିଁ । ୨୦୧୫ ମସିହା ସୁଦ୍ଧା ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ସଂଖ୍ୟା ୨୬୦୮ରେ ପହଞ୍ଚôôଥିବା ବେଳେ ଏଥିରୁ ବଞ୍ଚôତ ହୋଇଥିବା ସ୍କୁଲ ସଂଖ୍ୟା ୧୯୪ । ପରବର୍ତ୍ତୀ ସମୟରେ ଏହାକୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଘୋଷଣା କରିଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ୨୫୫୧, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୯୧୬, ସଂସ୍କୃତ ଟୋଲ ୩୯ ମଦ୍ରାସା ୧୩୧ ଓ ୬୬୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ କର୍ମଚାରୀମାନେ ୩୦ବର୍ଷ ଚାକିରି କରିସାରିବା ପରେ କେତେକ ଶିକ୍ଷକ କର୍ମଚାରୀ ବିନା ବେତନରେ ଅବସର ନେଇସାରିଥିଲେ । ସେମାନେ ବର୍ତ୍ତମାନ ଅବସର ଗ୍ରହଣ କରି ଦାରିଦ୍ର୍ୟତା ମଧ୍ୟ ଦେଇ ଗତି କରୁଛନ୍ତି । ସୂଚନା ଯୋଗ୍ୟ ଯେ, ରବିବାର ଦିନ ରାଜ୍ୟର ପ୍ରତ୍ୟେକ ଜିଲ୍ଳାରେ ଓଷ୍ଟା, ଓଲଷ୍ଟା, ମଦ୍ରାଶା, ସଂସ୍କୃତ ଟୋଲ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀମାନଙ୍କ ସହିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ନେଇ ନୂତନ ସରକାରଙ୍କ ତ୍ୱରିତ ପଦକ୍ଷେପ ପାଇଁ କନଭେନ୍ସନ୍ ଜରିଆରେ ସରକାରଙ୍କୁ ଅବଗତ କରାଯାଇଛି । ସରକାର ଏ ଦିଗରେ ଦୃଷ୍ଟି ନ ଦେଲେ ଆସନ୍ତା ମାର୍ଚ୍ଚ ମାସ  ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ମିଳିତ ସମାବେଶ ଓ ଅହୋରାତ୍ର ଗଣଧାରଣା ଦିଆଯିବ ବୋଲି ରାଜ୍ୟ ସଭାପତି ସୁକାନ୍ତ କୁମାର ବେହେରା ଓ ପୁରୀ ଜିଲ୍ଳା ଓଷ୍ଟା କାର୍ଯ୍ୟକାରୀ ସଭାପତି ପବିତ୍ର ମୋହନ ଦାସ ଚେତାବନୀ ଦେଇଛନ୍ତି ।