କୁଡୁମୀସେନାକୁ ଆଦିବାସୀ ମାନ୍ୟତା ଦାବି
ବଡ଼ସାହି : ସମଗ୍ର ଭାରତରେ ପ୍ରାୟ ୨କୋଟିରୁ ଊଦ୍ଧ୍ୱର୍ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଆସାମରେ ବସବାସ କରିଛନ୍ତି । ଏହି ଜାତିକୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା । କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲା । ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି । ତେବେ ଓଡିଶାରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ବେତନଟୀ ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକଙ୍କ ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତିର ସୁରକ୍ଷା ଓ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ୧୨ ବର୍ଷ ଧରି ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରରେ ଦାବି କରି ଆସୁଛନ୍ତି । ତେବେ ଏହି ଦିବସକୁ ସ୍ମରଣ କରିବା ପାଇଁ ବଡ଼ସାହି ବ୍ଲକ୍ ଟିକରବାଟି ଠାରେ ୧୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ କୁଡୁମୀ ସେନାର ଲିପୁନ୍ ମହାନ୍ତ, ନିଗମାନନ୍ଦ ମହାନ୍ତ,ବୁଲୁ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ସନ୍ତୋଷ ମହାନ୍ତ, ପ୍ରିୟନାଥ ମହାନ୍ତ, ଝାଡେଶ୍ୱର ମହାନ୍ତ, ଲୋକନାଥ ମହାନ୍ତ, କ୍ଷେତ୍ରମୋହନ ମହାନ୍ତ, ସତ୍ୟଭମା ମହାନ୍ତ, ପ୍ରତିଭା ମହାନ୍ତ, କାଞ୍ଚନି ମହାନ୍ତ ଓ ଯମୁନା ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।