ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏଆଇଟି ବ୍ୟାଙ୍କ ମଧ୍ୟରେ ଚୁକ୍ତିନାମା

 ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁର ଏହାର ଦିଲ୍ଲୀ କ୍ୟାମ୍ପସରେ ବିଜନେସ୍ ଆନାଲିଟିକ୍ସରେ ପ୍ରଥମ ପୂର୍ଣ୍ଣକାଳୀନ ଏମବିଏ ପାଠ୍ୟକ୍ରମ ପାଇଁ ଥାଇଲାଣ୍ଡର ଏସିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଏଆଇଟି),ବାଙ୍କକ ସହିତ ଏକ ଡୁଆଲ୍ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହାର ଉଦେ୍ଦଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଏକ ବିଶ୍ୱସ୍ତରୀୟ, ଆନ୍ତଃବିଭାଗୀୟ ଶିକ୍ଷା ପ୍ରଦାନ କରିବା ଯାହା ପ୍ରମୁଖ ଏମବିଏ ଏବଂ ବିଜନେସ୍ ଆନାଲିଟିକ୍ସ ପାଠ୍ୟକ୍ରମକୁ ଯୋଡିବ । ଏସିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଏଆଇଟି)ର ମାଷ୍ଟର୍ସ ଇନ୍ ବିଜନେସ୍ ଆଡ୍ମିନିଷ୍ଟ୍ରେସନ୍ (ଏମ୍?ବିଏ) କାର୍ଯ୍ୟକ୍ରମ କ୍ରମାଗତ ଭାବେ ଥାଇଲାଣ୍ଡର ଶ୍ରେଷ୍ଠ ଏମ୍?ବିଏ ପାଠ୍ୟକ୍ରମ ମଧ୍ୟରେ ସ୍ଥାନ ପାଇଛି । ଅତ୍ୟାଧୁନିକ ବିଶ୍ଳେଷଣାତ୍ମକ ଏବଂ ବୈଷୟିକ ଦକ୍ଷତା ସହିତ ପରିଚାଳନା ଶିକ୍ଷାକ୍ଷେତ୍ରରେ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି  । ଏହି ସହଯୋଗୀ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ଆଇଆଇଏମ୍ ସମ୍ବଲପୁର ଦିଲ୍ଲୀ କ୍ୟାମ୍ପସରେ ପ୍ରଥମ ବର୍ଷ ଅଧ୍ୟୟନ କରି ଦ୍ୱିତୀୟ ବର୍ଷରେ ଏଆଇଟି ଥାଇଲାଣ୍ଡ ଯିବାର ସୁଯୋଗ ହାସଲ କରିବେ ।ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ମହାଦେବ ଜୟସ୍ୱାଲ କହିଛନ୍ତି ଯେ, ଏହା ଶୁଭାରମ୍ଭ ଆଇଆଇଏମ୍ ସମ୍ବଲପୁର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହି କାର୍ଯ୍ୟକ୍ରମ କେବଳ ବିଶ୍ଳେଷଣ ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେବା ପାଇଁ ଭାରତର ଅଭିଳାଷ କୁ ବାସ୍ତବ ରୂପ ଦେବ । ସୂଚନାଯୋଗ୍ୟ ଯେ, ଆଇଆଇଏମ୍ ସମ୍ବଲପୁର ପୂର୍ବରୁ ଦୁଇଟି ଡୁଆଲ ଡିଗ୍ରୀ ପ୍ରଦାନ କରୁଛି ଯାହା ହେଉଛି ସୋରବୋନ୍ ବିଜନେସ୍ ସ୍କୁଲ୍ (ପ୍ୟାରିସ୍?) ସହଯୋଗରେ ଫିନଟେକ୍ ମ୍ୟାନେଜମେଂଟରେ ଏମବିଏ ଏବଂ ବୋର୍ଡୋ ୟୁନିଭର୍ସିଟି ସ୍କୁଲ ଅଫ୍ ମ୍ୟାନେଜମେଂଟର ସହଯୋଗରେ ଏକ ଏକ୍?ଜିକୁ୍ୟଟିଭ୍ ପିଏଚଡି ଏବଂ ଡିବିଏ ପାଠ୍ୟକ୍ରମ ।