ଡିଜିଟାଲ୍ ଟ୍ୱିନ୍ ପ୍ରଯୁକ୍ତି ସଂକ୍ରାନ୍ତୀୟ ଆଲୋଚନାଚକ୍ର
ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ନୂଆଦିଲ୍ଲୀ ସହଯୋଗରେ ଯୋଗାଣ ଶୃଙ୍ଖଳ ଡିଜିଟାଲ ଟ୍ୱିନ୍ ପ୍ରଯୁକ୍ତି ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ଶିଳ୍ପ ୪.୦ରେ ଡିଜିଟାଲ ଟ୍ୱିନ୍ ଟେକ୍ନୋଲୋଜିର ପରିବର୍ତନଶୀଳ ଭୂମିକା ଉପରେ ଆଲୋକପାତ କରାଯାଇଥିଲା, ଯାହା ଶିକ୍ଷାବିତ୍, ଶିଳ୍ପ ବିଶେଷଜ୍ଞ ଅଂଶଗ୍ରହଣ କରି ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ଶିଳ୍ପ-ଶିକ୍ଷାଗତ ସହଯୋଗ ଉପରେ ଆଲୋଚନା କରିଥିଲେ । ଜାତୀୟସ୍ତରର ଅଧ୍ୟାପକ, ବିଦ୍ୱାନ ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କ ଦ୍ୱାରା ୫୪ଟି ନିବନ୍ଧ ଉପସ୍ଥାପନା କରାଯାଇଥିଲା । ଉଦଘାଟନୀ ଭାଷଣରେ ଆଇଆଇଏମ୍ ସମ୍ବଲପୁରର ନିଦେ୍ର୍ଦଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଲେ ଯେ, ଡିଜିଟାଲ୍ ଟ୍ୱିନ୍ ଟେକ୍ନୋଲୋଜି କେବଳ ଏକ ଉଦ୍ଭାବନ ନୁହେଁ ବରଂ ଯୋଗାଣ ଶୃଙ୍ଖଳାର ଭବିଷ୍ୟତ ପାଇଁ ଏକ ଆବଶ୍ୟକତା । ଯୋଗାଣ ଶୃଙ୍ଖଳାର ଭବିଷ୍ୟତ ହେଉଛି ଡିଜିଟାଲ୍ । ସିମେନ୍ସର ମୁଖ୍ୟ ଅଧିକାରୀ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସତୀଶ ପାଣ୍ଡେ, ସିମେନ୍ସର ଗ୍ଲୋବାଲ ପ୍ରଡକ୍ଟ ମ୍ୟାନେଜର, ସିଙ୍ଗାପୁର ଅମେୟା ଡେଟ୍, ଆଇଆଇଏମ୍ ସମ୍ବଲପୁରର ଜାତୀୟ ସେମିନାରର ଅଧ୍ୟକ୍ଷ, ଆଇଟିସି ଲିମିଟେଡ୍ର ଭିପି ଗୌରବ କଟାରିଆ, କେପିଏମଜି ଇଣ୍ଡିଆର ବୈଷୟିକ ନିଦେ୍ର୍ଦଶକ ସନ୍ଦୀପ ଚିତୋରା ଓ କଙ୍ଗସବର୍ଗ ଡିଜିଟାର ଟେକ୍ ସେଲ୍ସ ଆଡଭାଇଜର୍ ସଙ୍କେତ ପୁରାନିକ୍ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନାଚକ୍ର ଅଧ୍ୟକ୍ଷ ପ୍ର. ଆର୍.କେ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।