କୁଳମଣିଙ୍କ ବିୟୋଗରେ ଆଇପିଏସ୍ ସଂଘର ଶୋକ

ଭୁବନେଶ୍ୱର : ପୂର୍ବତନ ଆଇପିଏସ ଅଧିକାରୀ କୁଳମଣି ଦେଓଙ୍କ ବିୟୋଗରେ ରାଜ୍ୟ ଆଇପିଏସ ସଂଘର ସଦସ୍ୟଗଣ ଦୁଃଖ ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ କମିଶନରେଟ ପୁଲିସ ସମ୍ମିଳନୀ କକ୍ଷଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଥିବା ବେଳେ ସ୍ୱର୍ଗତ ଦେଓଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗତ ଦେଓ  ଜଣେ ଦକ୍ଷ ଆଇପିଏସ ଅଧିକାରୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ ବୋଲି ଡିଜିପି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଆଇପିଏସ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିଜିପି (କାରାଗାର ଏବଂ ସଂସ୍କାର ସେବା) ସୁଶାନ୍ତ କୁମାର ନାଥ, ଡିଜିପି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଏସସିଆରବି ନିଦେ୍ର୍ଦଶକ ଡ.  ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୁଲିସ କମିଶନର (ଭୁବନେଶ୍ୱର- କଟକ) ଡ଼. ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ପୁଲିସ କମିଶନର  ନରସିଂହ ଭୋଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।