ଭୁବନେଶ୍ୱରରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ

ଭୁବନେଶ୍ୱରରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ

ଭୁବନେଶ୍ୱର : କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଜି ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ଏହି ଗସ୍ତ ସମୟରେ ସେ ରାଜ୍ୟରେ ଆୟୋଜିତ ‘ମାଣ୍ଡିଆ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କୃଷକଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଧିଷ୍ଟ ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗଦେବେ । ପ୍ରଥମେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ‘ମାଣ୍ଡିଆ ଦିବସ’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ । ପରେ କଟକ ଜିଲ୍ଲାର ସଦର ଅଞ୍ଚଳ ଗସ୍ତ କରି କୃଷି କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । 

      ତେବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ ବି ଲାଗେ । କମ ପାଣି ଓ ଖରାପ ମାଟିରେ ଏହା ମଧ୍ୟ ଉତ୍ପାଦନ ହୋଇପାରିବ । ଆଗାମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ପ୍ରସାସ କରାଯାଉଛି । ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ କାର୍ଯ୍ୟ କରିବାର ଅଛି । ମାଣ୍ଡିଆ ମିଡ ଡେ ମିଲରୁ ଆରମ୍ଭ କରି ଲୋକଙ୍କ ଦୟନୀୟ ଜୀବନରେ କେମିତି ବ୍ୟବହାର ହେବ, ସେନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ।