ଧୈର୍ଯ୍ୟ ଓ ଈଶ୍ୱର ତତ୍ତ୍ୱ

ଭବାଶିଷ ଦାସ : ଧୈର୍ଯ୍ୟ ମନୁଷ୍ୟର ଶ୍ରେଷ୍ଠ ଗୁଣ । ମାନବିକତା, ମାନବ ସେବା ଓ ମାଧବ ସେବାକୁ ଜଣେ ଧୈର୍ଯ୍ୟବାନ ମନୁଷ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଧୈର୍ଯ୍ୟ ମାଧ୍ୟମରେ ଶୃଙ୍ଖଳିତ ହୁଏ ମନୁଷ୍ୟର ମନ, ବୃଦ୍ଧି, ବିବେକ, ଜ୍ଞାନ ଓ ଚିନ୍ତାଧାରା । ଏହି ମହତ୍‌ ଗୁଣ ଦ୍ୱାରା ମନୁଷ୍ୟର ମନୁଷ୍ୟତ୍ୱ ପ୍ରସ୍ଫୁଟିତ ହୁଏ । ଆଉ ସୃଷ୍ଟି ହୁଏ ଏକ ସୁସ୍ଥ, ସୁନ୍ଦର ଓ ଗଠନମୂଳକ ସମାଜ । ବିବେକ ଓ ବୁଦ୍ଧିର ନିୟାମକ ହୋଇଥାଏ ଜଣଙ୍କର ଧୈର୍ଯ୍ୟ ପୂର୍ଣ୍ଣ ମନ। ମାତ୍ର ଆଜିର ପ୍ରତିଯୋଗିତାପୂର୍ଣ୍ଣ ବାତାବରଣରେ ମନୁଷ୍ୟର ଧୈର୍ଯ୍ୟଚ୍ୟୁତି ଘଟୁଛି । ଜୀବନର ମୂଲ୍ୟବୋଧ ତୁଚ୍ଛା ଅହଂକାରରେ ପରିଣତ ହେଉଛି । ମନର ଚଞ୍ଚଳ ବେଗରେ ଦିଗହରା ହୋଇ ମଣିଷର ବୃଦ୍ଧି, ବିବେକ, ଜ୍ଞାନ ସବୁ କିଛି ଆଜି ପଙ୍ଗୁ । ଗର୍ବ, ଅହଂକାର, ଅହମିକା ବହ୍ନି ରୂପରେ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ମନର ଚଞ୍ଚଳତା ଓ ବିବେକର ମିଥ୍ୟା ଅହମିକା ଏକ ସ୍ୱପ୍ନିଳ ସୌଧ ସୃଷ୍ଟି କରୁଛି ଯାହାର କୌଣସି ମୂଲ୍ୟ ନାହିଁ ।

         ମଣିଷର ଧୈର୍ଯ୍ୟ ସତେ ଯେମିତି ମଉନ ବ୍ରତ ପାଳନ କରିଛି । ଧୈର୍ଯ୍ୟ ଅଭାବରୁ ଶାନ୍ତ ଚିତ୍ତ ପରିଣତ ହୋଇଛି କଠୋରରେ । ଚିର ଦିନ ପାଇଁ ମନର ଅହମିକା ଧ୍ୱଂସ ପାଇବ । ସବୁଠି ସ୍ନେହ, ପ୍ରେମ ଭ୍ରାତୃତ୍ୱ ଓ ମୈତ୍ରୀଭରା ବାତାବରଣର ସୂତ୍ରପାତ ହେବ । ପ୍ରତ୍ୟେକ ମନୁଷ୍ୟ ଏକ ସ୍ଥିର ଓ ସୁନ୍ଦର ପୃଥିବୀର ଅଧିକାରୀ ହୋଇପାରିବେ । ଏଣୁ ମନ, ବୁଦ୍ଧି ଓ ବିବେକର ସମ୍ମିଶ୍ରଣ ସହ ଧୈର୍ଯ୍ୟ ଧରିଲେ ପରମ କଲ୍ୟାଣ ସାଧିତ ହେବ । ମନ୍ଦିରରେ ଯେଉଁ ଧୂପକାଠି ଜଳାଯାଏ ତାହା ଉପରେ ଥାଏ ଅଗ୍ନିର ସ୍ଫୂଲିଙ୍ଗ । କିନ୍ତୁ ଏହି ସ୍ଫୁଲିଙ୍ଗ ଅତି ଛୋଟ । ତୁମ ମାନଙ୍କ ସିଗାରେଟ ମୁହଁରେ ଏହି ଅଗ୍ନି ଥାଏ ଟିକିଏ ବଡ଼ ଆକାରରେ ।ରୋଷେଇ ଘର ଷ୍ଟୋଭ୍‌ରୁ ଯେଉଁ ଅଗ୍ନିଶିଖା ବାହାରେ ତାହା ଏହି ସିଗାରେଟର ଅଗ୍ନି ଠାରୁ ବଡ଼ । ଏହା ବାଟରେ ଯାହା ପଡ଼ିଲା କାରଣ ପ୍ରେମ ଅଗ୍ନି, ଜ୍ଞାନଅଗ୍ନି, ବିଶ୍ୱ ସୃଷ୍ଟିର ଅଗ୍ନି, ପ୍ରଳୟର ଅଗ୍ନି, ଏସବୁ ଅଗ୍ନିକୁ ମିଶେଇଲେ ଯେଉଁ ଅଗ୍ନି ତାହା ହେଉଛି ଈଶ୍ୱରତତ୍ତ୍ୱ ଓ ଅବତାର ତତ୍ତ୍ୱ ।

ମୋ : ୯୮୬୧୧୧୮୬୭୩