ବ୍ୟକ୍ତିତ୍ୱ ଓ ବିଚାର ପାଇଁ ଆମ ଲୋକତନ୍ତ୍ର ନୂଆ ଉଚ୍ଚତା ଛୁଇଁଛି: ଧର୍ମେନ୍ଦ୍ର
ଠେଲକୋପଡ଼ା/ସମ୍ବଲପୁର : ଆମର ଗଣତନ୍ତ୍ରକୁ ସମ୍ବିଧାନ ଭଳି ମହାନ ଉପହାର ବାବା ସାହେବଙ୍କରୁ ମିଳିଛି । ବାବା ସାହେବଙ୍କର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ବିଚାରରୁ ପ୍ରେରଣା ନେଇ ଭାରତ ଏବଂ ଭାରତର ଲୋକତନ୍ତ୍ର ନୂଆ ଉଚ୍ଚତାକୁ ଛୁଇଁଛି । ସମାନତା, ସ୍ୱାଧୀନତା ଓ ବନ୍ଧୁତ୍ୱର ଯେଉଁ ପରିକଳ୍ପନା ବାବାସାହେବ ଦେଶ ସାମ୍ନାରେ ରଖିଥିଲେ, ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସାକାର କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ସମ୍ବଲପୁର ଠେଲକୋପଡ଼ା ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରନô ଡକ୍ଟର ବିଆର୍ ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ଥାନୀୟ ଜନସାଧାରଣ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସେ କହିଛନ୍ତି ଡକ୍ଟର ଆମ୍ବେଦକର ଜଣେ ଜନନାୟକ ଥିଲେ । ଆଜି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମେ ଗର୍ବ ଅନୁଭବ କରୁଛୁ । ବାବା ସାହେବଙ୍କ ସମ୍ପୂର୍ଣ୍ଣ ଜୀବନ ସମାବେଶୀ ସମାଜ ନିର୍ମାଣ କରିବା ପାଇଁ ସମର୍ପିତ ଥିଲା । ସେ ଜଣେ ମହାନ ଦେଶଭକ୍ତ ଏବଂ ସ୍ୱାଧୀନ ଭାରତରେ ଗଣତନ୍ତ୍ର ପ୍ରତିଷ୍ଠାର ଅଗ୍ରଦୂତ ଥିଲେ । ବାବାସାହେବ ଆଜୀବନ ଗରିବ, ବଞ୍ଚିତ, ନିଷ୍ପେସିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତ୍ଥାନ ଏବଂ ସଶକ୍ତିକରଣ କରିବା ଦିଗରେ ଉସôର୍ଗୀକୃତ ଥିଲେ । ସମ୍ବିଧାନରେ ବାବା ସାହେବ ଯେଉଁ ନୀତି ପ୍ରଣୟନ କରିଛନ୍ତି ତାହା ନ ଥିଲେ ପଛୁଆ ଓ ବଞ୍ଚିତଙ୍କ ଅବସ୍ଥା କ'ଣ ହୋଇଥାନ୍ତା?
ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବାବା ସାହେବଙ୍କର ବିଚାରକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ଓ ସରକାର ଦେଶର କୋଣ ଅନୁକୋଣକୁ ଯାଉଛନ୍ତି । ଗାଁ ଗାଁ ପର୍ଯ୍ୟନ୍ତ ତାଙ୍କର ବିଚାରକୁ ବ୍ୟାପକ କରାଯାଉଛି । ଦୁଃଖର ବିଷୟ ଯେ ଏଥିପାଇଁ ଦେଶକୁ ଅପେକ୍ଷା କରିବାକୁ ପଡିଲା ।