ଭୁବନେଶ୍ୱରରେ ହେବ ଦକ୍ଷତା ବିକାଶ କେନ୍ଦ୍ର୍ର 

ଭୁବନେଶ୍ୱରରେ ହେବ ଦକ୍ଷତା ବିକାଶ କେନ୍ଦ୍ର୍ର 

ଭୁବନେଶ୍ୱର  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତରେ ଧନ୍ଦାମୂଳକ ଶିକ୍ଷାରେ ପରିବର୍ତ୍ତନ ଆଣିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ମୋଟ୍ ୬୦,୦୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ)ର ଉନ୍ନତିକରଣ ଯୋଜନା ଏବଂ ଦକ୍ଷତା ବୃଦ୍ଧି ପାଇଁ ପାଞ୍ଚଟି ଜାତୀୟ ଉକôର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ଅନୁମୋଦନ ମିଳିଛି, ଯାହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି  । ଏହି ଯୋଜନାରେ ୧୦୦୦ ସରକାରୀ ଆଇଟିଆଇର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯିବ  । ଏହି ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ପାଇଁ ପାଞ୍ଚଟି ଜାତୀୟ ଉକôର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ ଏବଂ ୫ଟି ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯିବ  । ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଓ ଲୁଧିଆନା ଭଳି ଜାତୀୟ ଦକ୍ଷତା  ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପ୍ରଶିକ୍ଷକଙ୍କ ଉନ୍ନତ ପ୍ରଶିକ୍ଷଣ ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ  । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଯୁବକଙ୍କୁ ଦକ୍ଷତା ଏବଂ ଉନ୍ନତ ଦକ୍ଷତା ପ୍ରଦାନ କରିବା ଦିଗରେ ବିଶେଷ ସହାୟକ ହେବ  । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଦକ୍ଷତା ବିକାଶ ଏକ ବିକଳ୍ପ ନୁହେଁ- ବରଂ ଏକ ଜାତୀୟ ଆବଶ୍ୟକତା  । ଏହି ଦୂରଦର୍ଶୀ ନିଷ୍ପତ୍ତି ଭବିଷ୍ୟତର କର୍ମଚାରୀଙ୍କ ପାଇଁ ଏକ ମଜଭୁତ୍ ରେଖା ଟାଣିବ ଏବଂ ବିଶ୍ୱର ଦକ୍ଷତା ରାଜଧାନୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ  ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୫ଟି  ଆଇଆଇଟି ତଥା ଆଇଆଇଟି ତିରୁପତି, ଆଇଆଇଟି ପଲକ୍କଡ, ଆଇଆଇଟି ଭିଲାଇ, ଆଇଆଇଟି ଜମ୍ମୁ ଏବଂ ଆଇଆଇଟି ଧାରୱାଡ଼ର ଶୈକ୍ଷିକ ଏବଂ ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ମୋଟ ୧୧ ହଜାର ୮୨୮.୭୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି  । ବିଶ୍ୱସ୍ତରୀୟ ଶିକ୍ଷା, ନବସୃଜନ ଏବଂ ଗବେଷଣାର ଅଧିକ ସୁଯୋଗ ସହିତ ଭାରତର ଯୁବକମାନଙ୍କୁ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ନେଇଥିବାରୁ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ମୋଦୀ ସରକାରରେ ୨୩ଟି ଆଇଆଇଟିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ ପ୍ରତିଶତ ବୃଦ୍ଧି ହୋଇଛି  । ସେତେବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୫,୦୦୦ ଥିବା ବେଳେ ଏବେ ତାହା ବଢି ୧ ଲକ୍ଷ ୩୫ ହଜାରରେ ପହଞ୍ଚିଛି  । ସେହିପରି ଶିକ୍ଷାଗତ ସାମଞ୍ଜସ୍ୟକୁ ଦୂର କରିବା, ଯୁବଶକ୍ତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ତଥା ନବସୃଜନ-ନେତୃତ୍ୱାଧୀନ ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ସରକାର ପ୍ର୍ରୟାସ ଜାରି ରଖିଥିବା ପ୍ରଧାନ ମତ ପ୍ରକାଶ କରିଛନ୍ତି  ।