୨ ମାଝୀ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ
ନବରଙ୍ଗପୁର: ବିଜୁ ଜନତା ଦଳ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ ଏବଂ ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ପ୍ରଦୀପ କୁମାର ମାଝୀଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଦୁଇ ହେବି ୱେଟ୍ ନେତା ଜଣେ ଜଣେ ଦକ୍ଷ ସଙ୍ଗଠକ ସହ ଜଣେ ଶୃଙ୍ଖଳିତ ନେତା । ତାଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ବିଜୁ ଜନତା ଦଳ ଆଗକୁ ଆହୁରି ମଜବୁତ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏ ନେଇ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳ ନେତା ଏବଂ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଏଥିପାଇଁ ରମେଶ ଚନ୍ଦ୍ର ମାଝୀ ଏବଂ ପ୍ରଦୀପ କୁମାର ମାଝୀ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳ କିପରି ସଂଗଠିତ ହୋଇ ରାଜ୍ୟରେ ରାଜନୀତି କ୍ଷମତାକୁ ଆସିବ ସେଥିପାଇଁ ସମ୍ପୂର୍ଣ ଚେଷ୍ଟା କରିବେ ବୋଲି ମତ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ଯୁବ ବିଜେଡ଼ି ସଭାପତି ତାପସ ତ୍ରିପାଠୀ, ନଗର ବିଜେଡି ସଭାପତି ପ୍ରମୋଦ କୁମାର ରଥ , ଜିଲ୍ଲା ସାଧାରଣ ସମ୍ପାଦକ ଭୀମ ହରିଜନ ,ରବ