ଭୁଲ୍ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ମୃତୁ୍ୟ ଅଭିଯୋଗ
ଚାନ୍ଦବାଲି : ଭୁଲ ଇଞ୍ଜେକସନ ଯୋଗୁଁ ଜରେ ମହିଳାଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କୁ ଉନ୍ନତ ମାନର ଚିକିସôା ଯୋଗାଇଦେବା ବଦଳରେ ଲୋକଙ୍କ ଜୀବନ ନେଉଛି ଭଦ୍ରକର ଲାଇଫ ହେଲଥ୍ କେୟାର ନର୍ସିଂହୋମ । ନିଶା ଡ଼ାକ୍ତରଙ୍କ ଭୁଲ୍ ଇଞ୍ଜେକସନ ପାଇଁ ଦୀର୍ଘ ଦୁଇ ବର୍ଷ ଧରି କୋମାରେ ରହିବା ପରେ ଏବେ ମହିଳାଙ୍କର ମୃତୁ୍ୟ ଘଟିଥିବା ଭଳି ଏକ ସଙ୍ଗିନୀ ଅଭିଯୋଗ ଆସିଛି ଏହି ନର୍ସିଂହୋମ ବିରୋଧରେ । ଅଭିଯୋଗ ମୁତାବକ ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ଗ୍ରାମର ରମାକାନ୍ତ ଭଳ ନିଜ ବଡ ଭଉଣୀ ସ୍ୱର୍ଣ୍ଣପ୍ରଭା ଭଳ ଙ୍କର ବେକ ହାଡ଼ ( କଲର ବୋନ୍) ଭାଙ୍ଗି ଯିବାରୁ ସେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଳୟର ଅର୍ଥପେଡିକ୍ ବିଶେଷଜ୍ଞ ଡ଼ାକ୍ତର ବିଶ୍ୱଜିତ୍ ରାୟଙ୍କୁ ଦେଖାଇଥିଲେ । ହେଲେ ଅପରେସନ ନହେଲେ ହାଡ଼ ଯୋଡିବ ନାହିଁ ବୋଲି କହି ଉକ୍ତ ଡାକ୍ତର ଜଣଙ୍କ ଭଦ୍ରକ ବାଇ ପାସ ସ୍ଥିତ ଲାଇଫ ହେଲଥ୍ କେୟାର ନର୍ସିଂହୋମ କୁ ନେବା ପାଇଁ କହିବା ସହିତ ଏହି ଅପରେଶନର ସମ୍ପୂର୍ଣ ଦାୟିତ୍ୱ ମଧ୍ୟ ନେଇଥିଲେ । ହେଲେ ସମୃକ୍ତ ଡ଼ାକ୍ତର ବିଶ୍ୱଜିତ୍ ରାୟ ଓ ନିଶା ଡାକ୍ତର ପାର୍ଥସାରଥୀ ସାହୁ ଓଟିକୁ ଯିବା ପରେ ନିଶାସକ୍ତ ହୋଇ ସେଠାରେ ମହିଳାଙ୍କୁ ଏକ ଭୁଲ୍ ଇଞ୍ଜେକସନ ଦେଇ ଦେଇଥିଲେ ଯେଉଁଥି ପାଇଁ ରୋଗୀ ଜଣଙ୍କ ଚେତାସୁନ୍ୟ ହୋଇଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳାଙ୍କର ଚେତା ନଫେରିବାରୁ ପରିବାର ଲୋକେ ଏ ସଂମ୍ପର୍କରେ ଜାଣିବା ପରେ ମେଡିକାଲ୍ରେ ଉତ୍ତେଜନା ଦେଖା ଦେବା ସହିତ ପୁଲିସ ସହାୟତାରେ ନିଜ ଭଉଣୀକୁ ରମାକାନ୍ତ ଭଳ କଟକ ମେଡିକାଲ୍କୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତରଙ୍କ କହିବାନୁଯାୟୀ ଉକ୍ତ ମହିଳାଙ୍କୁ ଭୁଲ୍ ଇଞ୍ଜେକସନ ଦିଆଯାଇଥିବା କାରଣରୁ ସେ ସମ୍ପୂର୍ଣ କୋମାକୁ ଚାଲିଯାଇଛନ୍ତି । ପରେ ରମାକାନ୍ତ ଭଳ ନିଜ ଭଉଣୀକୁ ଆଣି ଏକ ଭଡ଼ା ଘରେ ରଖି ଦୀର୍ଘ୍ ଦୁଇ ବର୍ଷ ହେବ ଚିକିସôା କରୁଥିବା ବେଳେ ବର୍ତ୍ତମାନ ତାଙ୍କର ମୃତୁ୍ୟ ଘଟିଛି । ତୁରନ୍ତ ଉକ୍ତ ନର୍ସିଂହୋମର କାଗଜପତ୍ରକୁ ଯାଞ୍ଚ କରିବା ସହିତ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଡାକ୍ତରଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।