ଜଳିଗଲା ୧୬ ବଖରା, ୫ ଆହତ

ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ନିମସାହି ପଞ୍ଚାୟତ ଉଲ୍ଲାସକୋଟ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ ଟି ପରିବାର ର ୧୬ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ନିଆଁରୁ ଜିନିଷ ଉଦ୍ଧାର କରୁଥିବା ବେଳେ, ନିଆଁ ଝାସଁ ବାଜି ୫ ଜଣ ଆହତ ହୋଇ ନରସିଂହପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଗ୍ନି ବିପନ୍ନଙ୍କ ଅଭିଯୋଗ ଅନୁଯାୟୀ ୧୨ ଟା ସମୟରେ ହଠାତ୍ ବୃନ୍ଦାବନ ଅମାନ୍ତଙ୍କ ଘରୁ ନିଆଁ ବାହାରି ଥିଲା । ଚାଁହୁ ଚାଁହୁ ଏହା ନିମିଷକ ମଧ୍ୟରେ ବିଦୁର ଅମାନ୍ତ, ବୈକୁଣ୍ଠ ଅମାନ୍ତ, ବୁଦ୍ଧିଆ ଅମାନ୍ତ, କାର୍ତ୍ତିକ ଦେହୁରୀ, ବ୍ରଜବନ୍ଧୁ ଦେହୁରୀ, ପଙ୍କଜ ଦେହୁରୀଙ୍କ ଘର ସମ୍ପୂର୍ଣ୍ଣ ପୋଡିଯିବା ସହ ଘରେ ଥିବା ଧାନ, ଚାଉଳ, ବିରି, ମୁଗ, କଂସା ବାସନ, ଲୁଗାପଟା, ଫ୍ୟାନ, ସାଇକେଲ, ଗୋରୁ ଖାଦ୍ୟ ୭ ଟି ପରିବାରର ସମସ୍ତ ଅସସବାବପତ୍ର  ସହିତ ୧୬ ବଖରା ଘର ସମ୍ପୂର୍ଣ୍ଣ ଯଲିଯାଇଥିବା ଅଗ୍ନି ବିପନ୍ନ ପରିବାରଙ୍କ ପକ୍ଷରୁ  ଅଭିଯୋଗ ହୋଇଛି । ଘରେ ନିଆଁ ଲାଗିଥିବା ଦେଖି ଘରୁ ନିଆଁ ଦାଉରୁ ଜିନିଷ ଉଦ୍ଧାର କରିବା ସମୟରେ ପ୍ରମିଳା ଅମନ୍ତ ୨୨ ବର୍ଷ ନିଆଁ ଝାସାଁରେ ମୁରଚ୍ଛା ହୋଇଯାଇଥିଲା । ତାଙ୍କୁ ନରସିଂହପୁର ମେଡିକାଲକୁ ଆଣି ଚିକିତ୍ସା କରିବା ପରେ ପ୍ରାୟ ଦୁଇଘଣ୍ଟା ପରେ ଚେତା ଫେରିଥିଲା । ବୃନ୍ଦାବନ ଅମାନ୍ତ (୭୦), ସୁବର୍ଣ୍ଣ ଅମାନ୍ତ (୬୫), ବୁଦ୍ଧିମାନ ଅମାନ୍ତ (୫୯), ମଢି ଅମାନ୍ତ (୫୫) ନିଆଁ ଝାସରେ ଆହତ ହୋଇ ନରସିଂହପୁର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ବିଧାୟକ ବିଜୟ ଦଳ ବେହେରା, ନରସିଂହପୁର ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଜେନାଙ୍କ ପ୍ରତିନିଧି ତଥା ଯୁବ ବିଜୁ ଜନତା ଦଳ ବ୍ଲକ ସଭାପତି ନିର୍ମଳ ଜେନା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ନାୟକ, ସରପଞ୍ଚ ପ୍ରଭାଜନ ସାହୁ ପ୍ରମୁଖ ପହଞ୍ଚô ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ତହସିଲଦାର ବିଶ୍ୱ ରଞ୍ଜନ ବିଶ୍ୱାସ, ନିଜିଗଡ ରାଜସ୍ୱ ନିରୀକ୍ଷକ ତ୍ରିଲୋଚନ ସାହୁ ଅଗ୍ନି ବିପନ୍ନ ପରିବାରକୁ ପ୍ରଶାସନ ପକ୍ଷରୁ ପଲିଥିନି ଯୋଗାଇ ଦେଇଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିଲେ ମଧ୍ୟ ବିଦୁ୍ୟତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ଅଗ୍ନି ବିପନ୍ନ ପରିବାରକୁ ୩ଦିନ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଜେନା, ବିଡିଓ ପ୍ରଳୟାନନ୍ଦ ଶତପଥୀ ସୂଚନା ଦେଇଛନ୍ତି ।