ନଳକୂପ ଅଚଳ, ଲୋକେ ହନ୍ତସନ୍ତ
ଆସିକା: ଆସିକା ପଞ୍ଚାୟତ ସମିତିର ଭେଟନଈ ଗ୍ରାମ ପଞ୍ଚାୟତର ଦାସନାପଲ୍ଲୀ ଗ୍ରାମରେ ନଳକୂପ ଅଚଳ । ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଘରେ ଘରେ ପିଇବା ପାଣି ଅତ୍ୟନ୍ତ ଜରୁରୀ ଥିବାବେଳେ ଉକ୍ତ ଗ୍ରାମର ବଡ଼ଦାଣ୍ଡ ସାହିରେ ଥିବା ନଳକୂପ ଅଚଳ ହୋଇଥିବାରୁ ଗ୍ରାମବାସୀ ପାଣି ନିମନ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସମାଜସେବୀ ଟୁକୁନା ପରିଡା । ଭେଟନଈ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଦାସନାପଲ୍ଲୀ ଗ୍ରାମରେ ୧୦୦ରୁ ଉଦ୍ଧ୍ୱର୍ ଘର ରହିଛି । ଗ୍ରାମରେ ଏକ ପାଣି ଟାଙ୍କି ରହିଥିଲେ ମଧ୍ୟ ଘରକୁ ପର୍ଯ୍ୟାପ୍ତ ପରିମାଣରେ ଶୁଦ୍ଧ ବିଶୁଦ୍ଧ ଜଳ ମିଳୁନଥିବା ଅଭିଯୋଗ କରିଛନ୍ତି ସମାଜସେବୀ ଟୁକୁନା ପରିଡା । ସେ ନିଜେ ବାରମ୍ବାର ପ୍ରଶାସନିକ ଅଧିକାରୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳ ମିଳିନାହିଁ । ଏହି ନଳକୂପକୁ ଶୀଘ୍ର ମରାମତି ନକରିଲେ ପାଣି ପାଇଁ ଧାରଣା ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଏହା ସମ୍ପର୍କରେ ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ପରିମଳ ଉପଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗ ଆସିନାହିଁ ଆସିଲେ ତୁରନ୍ତ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ।