ମକ ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ
ରାଜକନିକା: ରାଜକନିକା ବ୍ଲକରେ ଆସନ୍ତା କାଲି ବୁଧବାର ଅପରାହ୍ନରେ ହେବାକୁ ଥିବା ମକ ଡ୍ରିଲ ପାଇଁ ଆଜି ରାଜକନିକା ବ୍ଲକ ସଭାଗୃହରେ ବିଡିଓ କୈଳାସ ଚନ୍ଦ୍ର ମହାଳିକଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ସାଇରେନ ବାଜିବାକୁ ନେଇ ରାଜକନିକା ବ୍ଲକର କୋଇଲିପୁର ଓ କାଟଣା-ବଣିଆ ପଞ୍ଚାୟତରେ ଦୁଇଟି ବାତ୍ୟାଆଶ୍ରୟସ୍ଥଳୀ ଠାରେ ପ୍ରଥମ ପର୍ଯ୍ୟରେ ମକ ଡ୍ରିଲ ହେବପାଇଁ ନିଷ୍ପତ୍ତି ହୋଇଛି ।
ଯଦି ଯୁଦ୍ଧ ହୁଏ ଏହି ମକ ଡ୍ରିଲ, ସାଇରେନ ମଧ୍ୟରେ ସାଧାରଣ ଲୋକମାନଙ୍କୁ ସଚେତନ କରାଯିବା ସହିତ ଯେଉଁମାନେ ଆହତ ହୁଅନ୍ତି ଆହତମାନଙ୍କୁ ଆମୁଲାନ୍ସରେ କେମିତି ମେଡିକାଲ କୁ ପଠା ଯାଇପାରିବ ସେହି ବିଷୟରେ ଆଲୋଚନା ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ କନିକା ତହସିଲଦାର ଅଶୋକ କୁମାର ଦେହୁରୀ, ରାଜକନିକା ଥାନାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ଅଗ୍ନିଶମ ଅଧିକାରୀ ସଂଗ୍ରାମ ମଲ୍ଲିକ ଓ ମେଡିକାଲ ଅଫିସର ବାଦଲ କୁମାର ମହାନ୍ତିଙ୍କ ସମେତ ବ୍ଲକର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।