ଆସନ୍ତା ୧୦ରେ ଲୋକ ଅଦାଲତ
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟ ରେ ଆସନ୍ତା ୧୦ ତାରିଖ (ଶନିବାର) ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡା କୋର୍ଟ ବ୍ୟତୀତ ଏହାର ତାଲୁକ ସ୍ତରୀୟ ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ରେ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଜନ ସାଧାରଣଙ୍କୁ ବିନା ମୂଲ୍ୟରେ ଅଇନ ଯୋଗାଇ ଦେବା ଉକ୍ତ ଲୋକ ଅଦାଲତ ର ଉଦେ୍ଦଶ୍ୟ । ଏଥିରେ ସାଲିସ ଯୋଗ୍ୟ, ଫୈାଜଦାରୀ ମାମଲା, ଚେକ୍ ବାଉନ୍ସ ଟଙ୍କା ପୁନଉଦ୍ଧାର, ମଟର ଯାନ ଦୁର୍ଘଟଣା ଜନିତ ମାମଲା, ଶ୍ରମ ବିବାଦ, ବିଦୁ୍ୟତ୍ ଓ ଅନନ୍ୟ ବିଲ୍ ଇତ୍ୟାଦି ଉକ୍ତ ଲୋକ ଅଦାଲତ ରେ ସମାଧାନ ହୋଇପାରିବ ।
ଆସନ୍ତା ୧୦ ତାରିଖ ପୂର୍ବାହ୍ନ ୧୦ଟା ରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଜିଲ୍ଲା ଦୈାରାଜଜଙ୍କ ତତ୍ୱବଧାନ ରେ ଆରମ୍ଭ ହୋଇ ଉପରୋକ୍ତ ମାମଲା ସମାଧାନ କରାଯିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୁମିତ୍ରା ସାହୁ ପ୍ରକାଶ କରିଛନ୍ତି ।