ମଠାଧୀଶ ଗଣେଶ ବାବାଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧିନ ତିହିଡ଼ି ମହିମା ମଠର ମଠାଧୀଶ ତଥା ମହିମାଧର୍ମାବଲମ୍ବୀ ଗଣେଶ ବାବାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ହୃଦ ରୋଗରେ ପୀଡ଼ିତ ଥିଲେ । ବାବାଙ୍କ ବିୟୋଗରେ ତିହିଡ଼ି ସମେତ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
ପ୍ରକାଶ ଯେ, ବାବା ଦୀର୍ଘ ୪୦ ବର୍ଷରୁ ଉଦ୍ଧ୍ୱର୍ କାଳ ଧରି ତିହିଡ଼ିରେ ରହି ତିହିଡ଼ି ବ୍ଲକ ସମେତ ଭଦ୍ରକ ଜିଲାରେ ମହିମାଧର୍ମର ପ୍ରଚାର ପ୍ରସାର କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ କୌପିନଧାରୀ ମହିମା ସମାଜର ଭଦ୍ରକ ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରି ଜିଲ୍ଲା ବିଭିନ୍ନ ସ୍ଥାନରେ ମଠ ସ୍ଥାପନ କରି ମହିମାଧର୍ମର ପ୍ରଚାର ପ୍ରସାର କରୁଥିଲେ । ଏଥି ସହ ସେ ତିହିଡ଼ିରେ ଏକ ମଠ ସ୍ଥାପନ କରିଥିଲେ । ସେ ଜଣେ ଆଧ୍ୟାତ୍ମିକ ଚେତନାର ବ୍ୟକ୍ତି ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ କରି ଦୁଃଖୀ ରଙ୍କିଙ୍କର ସେବା କରି ଆସୁଥିଲେ । ଏଥିସହ ସେ ଭଦ୍ରକ ଜିଲ୍ଲାର ବହୁ ଲୋକଙ୍କର ବିଭିନ୍ନ ବ୍ୟକ୍ତିଗତ ସମସ୍ୟାକୁ ସମାଧାନ କରି ପାରୁଥିଲେ । ଯେଉଁଥି ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ପୂର୍ବତନ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ସମାଜସେବୀ ରଘୁନାଥ ପାତ୍ର, ରାଜକିଶୋର ନାୟକ, ଲକ୍ଷ୍ମୀକାନ୍ତ ମଳିକ, ଉତ୍ତମ ମହାପାତ୍ର, ଲକ୍ଷ୍ମୀକାନ୍ତ ଦାସ, ଜିତେନ୍ଦ୍ର ବେହେରା, ବିଷ୍ଣୁ ଚରଣ ନାୟକ, ମନୋରଂଜନ ବେହେରା, ଚନ୍ଦନ ପାତ୍ର, ଟନ ପାତ୍ର, ରତ୍ନାକର ଦାସ ପ୍ରମୁଖ ବହୁ ମାନଗଣ୍ୟ ବ୍ୟକ୍ତି ତିହିଡ଼ିସ୍ଥିତ ମହିମା ମଠରେ ପହଞ୍ଚô ବାବାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କର ଶିଷ୍ୟ ଶରତ ନାୟକ, ଧୃବ ବାବା, ପ୍ରକାଶ ବାବା, କରୁଣାକର ବାବା, କମଳା ବାବା, ସୁଦର୍ଶନ ବାବା, ନୀର ବାବା ଓ ବଟ ବାବା ପ୍ରମୁଖ ବହୁ ମହିମାଧର୍ମାବଲମ୍ବୀ ସାଧୁସନ୍ଥମାନେ ଉପସ୍ଥିତ ଥିଲେ । ଶେଷରେ ବାବାଙ୍କ ମର ଶରୀରକୁ ତିହିଡ଼ି ଗ୍ରାମ ପରିକ୍ରମା କରାଯାଇ ପୁରୁଣାହାଟ ସ୍ଥିତ ମଠକୁ ନିଆଯାଇ ତିହିଡ଼ି ମହିମା ମଠକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା ।