ମାଟ୍ରିକ ଏ-୧ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ବରୀ : ବରୀ ବ୍ଲକ ଇଷାଣେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଳଘର ସାହିତ୍ୟ ସଂସଦପକ୍ଷରୁ ମାଟ୍ରିକ ଏ-୧ ଟପ୍ପରଙ୍କୁ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିରଜାପ୍ରସାଦପରିଡାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଗୋବିନ୍ଦ ଚନ୍ଦ୍ର ଜେନା, ପ୍ରଧାନଶିକ୍ଷକ ସନ୍ତୋଷ କୁମାରଜେନା, ଡ. ନୃସିଂହ ଚରଣ ବେହେରା, ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଅବସରପ୍ରାପ୍ତଶିକ୍ଷକ ମକର ଚନ୍ଦ୍ର ଘଡାଇ, ବେଣୁଧର ପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରୀ ମାଟି ସବୁବେଳେ ପୂଜ୍ୟପୂଜାକୁ ଗୁରୁତ୍ୱ ଦିଏ । ସେଥିପାଇଁ ଆଜି ଏହି ଉସôବ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀ ସବୁ ବେଳେ ସମାଜର ପ୍ରତିଷ୍ଠାକୁ ବଜାୟ ରଖିବାକୁ ଉଦ୍ୟମ କରନ୍ତୁ । ଜଣେ ଜଣେ ଭଲ ମଣିଷ ହୋଇ ପରିବାର ଓ ବିଦ୍ୟାଳୟର ଟେକ ରଖିବାକୁ ପରାମର୍ଶ ଦେଇଥିଲେ ।
ଦିଲ୍ଲିପ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଚୀକାନ୍ତ ମିଶ୍ର ସମ୍ବର୍ଦ୍ଧନା ସଭାର ଉଦେ୍ଦଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମାଟ୍ରିକ ଟପ୍ପର ହୋଇଥିବା ଜିଜ୍ଞାସା ବିଶ୍ୱାଳ, ଅଙ୍କିତା ଅନୁରାଗ ପଣ୍ଡା, ଜୟଶ୍ରୀ ଦାସ, ସୌମ୍ୟଜିତ ଦାସ, ସମ୍ଭାବନା ସାମଲ, ନିବେଦିତା ଦାସ, ଯୋଗେଶ କୁମାରସାହୁ, ଜ୍ୟୋର୍ତିମୟୀ ସାହୁ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ସାଗର ମୁଦୁଲିଙ୍କ ପୂର୍ବତନ ବିଧାୟିକା ଶ୍ରୀମତୀ ଦାସ ପୁଷ୍ପଗୁଚ୍ଛ, ମାନପତ୍ର, ଉପଢୌକନ ଓ ମେଡାଲ ଦେଇ ସମ୍ବଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ଦାସ, ଗଗନ ବିହାରୀ ଜେନା, ରମ୍ପାସରପଞ୍ଚ ମାନସ ଯେନା, ଆକୁଳି ମହାନ୍ତି, ବିଜୟ ନାୟକ, ମଧୁସୁଦନ୍ ଜେନା, ମନୋଜ ମଲ୍ଲ, ଶରତ ଚନ୍ଦ୍ର ପରିଡାଙ୍କସମେତ ବହୁ ବରିଷ୍ଠନାଗରିକ, ସମାଜସେବୀ, ସାହିତି୍ୟକ ଓ ରାଜନେତା ଉପସ୍ଥିତ ଥିଲେ ।