ମହାପ୍ରଭୁଙ୍କ ବନକଲାଗି ସମ୍ପନ୍ନ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବନକଲାଗି ନୀତି ବୁଧବାର ଦିନ ସମ୍ପର୍ଣ୍ଣ ହୋଇଛି । ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦା ତିଥିରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯାଇଥିଲା । ଦ୍ୱାର ବନ୍ଦ ହେବା ପରେ ଦତ୍ତ ମହାପାତ୍ର ସେବକ ରତ୍ନସିଂହାସନ ଉପରକୁ ଉଠି ମହାପ୍ରଭୁଙ୍କୁ ବନକଲାଗି କରିଥିଲେ । ମହାପ୍ରଭୁଙ୍କ ମୁଖ ଶୃଙ୍ଗାର ପାଇଁ ୪ଘଣ୍ଟା ସମୟ ଲାଗିଥିଲା । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।