ମଦ ଜବତ, ୫ କୋର୍ଟ ଚାଲାଣ
କେନ୍ଦ୍ରାପଡା : ଅବକାରୀ ବିଭାଗ ପକ୍ଷରୁ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ଚୋରା ମଦ ଜବତ କରାଯିବା ସହ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହିଂସାସୁର ଗ୍ରାମର ବିଜୟ କୁମାର ଜେନାଙ୍କ ଠାରୁ ୧୨୫ ଲିଟର ବିଦେଶୀ ମଦ, ନାଗପଟଣା ଗ୍ରାମର ଶଶିକାନ୍ତ ମଳିକଙ୍କ ଠାରୁ ୪୫ ଲିଟର ଦେଶୀ ମଦ, ଟିଲୋତମାଦେଇପୁର ଗ୍ରାମର ସତ୍ୟାନନ୍ଦ ବେହେରାଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ, ଗୁଲନଗର ଗ୍ରାମର ଜଳଧର ସେଠିଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଓ ପୁରୁଷତ୍ତମପୁର ଗ୍ରାମର ବନମାଳୀ ମିଶ୍ରଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଜବତ କରାଯିବା ସହ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ମୋଟ ୨୪୧ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଚଢ଼ଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଳିକ, ଅବକାରୀ ଉପ ନିରିକ୍ଷକ ଧର୍ମପଦ ଦାସ ଓ ଛାୟାକାନ୍ତ ନାୟକ ସାମିଲ ଥିଲେ ।