କୁମ୍ଭୀର ଦେଖି ଲୋକେ ଆତଙ୍କିତ

 ରାଜନଗର : ରାଜନଗର ବ୍ଲକ ମହୁଲିଆ-ହରିଶପୁର କେନାଲରେ କୁମ୍ଭୀର ଦେଖି ଲୋକମାନେ ଆତଙ୍କିତ ହେଉଥିବା ଅଭିଯୋଗ ହୋଇଛି । ଏହି କେନାଲର ଢାଗୁଆ ଗାଁ ନିକଟରେ ବିରକିଶୋର ଚରାଇ, ମହେନ୍ଦ୍ର ଚରାଇ, ହେମନ୍ତ ଜେନା, ଗୋପବନ୍ଧୁ ଜେନା, ବଂଶୀଧର ନାୟକ ଓ ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଚାଷୀମାନେ ଧାନତଳି ପୋତୁଥିଲେ । ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ୫ଫୁଟରୁ ଉଦ୍ଧ୍ୱର୍ ଲମ୍ବର କୁମ୍ଭୀର ଦେଖି ଚାଷୀମାନେ ପାଟି କରିବାରୁ ନିକଟରେ ଥିବା ଚାଷୀମାନେ ଧାଇଁ ଆସିଥିଲେ । ନାଳରେ ଅଧିକ ପରିମାଣରେ କଟକୀଦଳ ଥିବାରୁ କୁମ୍ଭୀରଟି ଲୁଚି ଯାଇଥିଲା । ଚାଷଜମିକୁ ନାଳ ଲାଗିଥିବାରୁ କୁମ୍ଭୀର ଭୟରେ ଲୋକମାନେ ଚାଷ କାର୍ଯ୍ୟ କରିବାକୁ ଭୟ କରୁଛନ୍ତି । ଏନେଇ ବନବିଭାଗ କୁମ୍ଭୀରକୁ ଉଦ୍ଧାର କରି ଅନ୍ୟତ୍ର ନେଇ ଯିବାକୁ ଚାଷୀମାନେ ଦାବି କରିଛନ୍ତି ।