ମଦ ବିକି୍ର ବିରୁଦ୍ଧରେ ଧାରଣା 

 ରାଜନଗର :  ରାଜନଗର ବ୍ଲକ କୁରୁଂଟି  ଗ୍ରାମରେ ଚୋରାମଦ ବିକ୍ରି ବିରୁଦ୍ଧରେ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି । ବ୍ଲକ ସଦର ମହକୁମାଠାରୁ ୫କି.ମି ଦୂରରେ ଥିବା ଏହି ଗ୍ରାମରେ ଦିର୍ଘଦିନ ଧରି ଚୋରା ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଥିଲା । ବାରମ୍ବାର ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଶାସନର ଦ୍ୱାରସ୍ତ ହେବା ପରେ କିଛି ସୁଫଳ ମିଳିନଥିଲା । ସୋମବାର ଦିନ ଗାଁର ଶତାଧିକ ପୁରୁଷ ଓ ମହିଳା ରାଜନଗର ଜଗନ୍ନାଥ ମନ୍ଦିର ନିକଟରୁ ପ୍ଲାକାର୍ଡ ଧରି ନାରାବାଜି କରି ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ନିକଟକୁ ଆସିଥିଲେ । ତହସିଲଦାର ଅମୀୟ ସ୍ୱାଇଁ ଓ ରାଜନଗର ଥାନାଧିକାରୀ ନରେଶକୁମାର ସାହୁଙ୍କ ଉପସ୍ଥିତରେ ଧାରଣାରତ ଗ୍ରାମର ମୁରବୀ ଓ ମହିଳାମାନଙ୍କ ସହିତ ଚୋରାମଦ ବ୍ୟବସାୟ ବନ୍ଦ ନେଇ ଆଲୋଚନା କରିଥିଲେ । ଚୋରାମଦ ଆଡ୍ଡାସ୍ଥଳରେ ବାରମ୍ବାର ଚଢାଉ କରାଯିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।  ଏହି ଧାରଣାରେ ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷକୁମାର ମହାନ୍ତି, ହୃଷିକେଶ ପ୍ରଧାନ, ପ୍ରଭାତକୁମାର ପ୍ରଧାନ, ରମେଶଚନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ସରପଞ୍ଚ ରଂଜନକୁମାର ମହାନ୍ତି, ଅନନ୍ତଚରଣ ଜେନା, ହରିବନ୍ଧୁ ମଥାନ, ଅକ୍ଷୟ ଦାସ, ସମୀର ଜେନା, ନରହରି ସ୍ୱାଇଁ, ମନୋଜକୁମାର ମହାରଥା, ମଧୁସୂଦନ ମହାନ୍ତି, ପ୍ରମୋଦ ରାଉତ, ଅନ ମଥାନ, ନାରାୟଣ ପ୍ରଧାନ, ବିଜୟ ପ୍ରଧାନ, ଅନାଦୀ ମଇ, ସାବିତ୍ରୀ ଜେନା, ନିରୁପମା ଜେନା, ରାଜଲକ୍ଷ୍ମୀ ମଥାନ, ସାବିତ୍ରୀ ମହାରଥା, ଶୈ÷ଳବାଳା ସ୍ୱାଇଁ ପ୍ରମୁଖ ଶତାଧିକ ଗ୍ରାମର ମୁରବୀ ଓ ମହିଳାମାନେ ସାମିଲ ହୋଇଥିଲେ ।