ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ରାୟଗଡ଼ା : ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ପ୍ରଗତି ପୁରୁଷ କୁଳବୃଦ୍ଧ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ୧୭୮ତମ ଜନ୍ମ ଦିବସ ପାଳିତ ହୋଇଯାଇଛି  । ଏହି ଅବସରରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ବୈଷୟିକ ଶିକ୍ଷାନୁଷ୍ଠାନ ରାୟଗଡ଼ା ସ୍ଥିତ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ନାରାୟଣ ପଟେଲ, ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ଼ାର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଛାତ୍ର ସବ୍ୟସଚୀ ସାହୁ, ଅନୁଷ୍ଠାନରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଏବଂ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଏହ ସଭାରେ ଅଧ୍ୟକ୍ଷ ନାରାୟଣ ପଟେଲ, ବରିଷ୍ଠ ଅଧ୍ୟାପକ ଅରବିନ୍ଦ ପ୍ରଧାନ, ଶୁଭେନ ବେହେରା, ଅଧ୍ୟାପକ ପ୍ରଦୀପ ତ୍ରିପାଠୀ, ମାନସ ରଞ୍ଜନ ପ୍ରଧାନ, ସତ୍ୟ ନାରାୟଣ ପାଣିଗ୍ରାହୀ, ଅନୁରାଗ ସେଠୀ, ସବ୍ୟସଚୀ ସାହୁ ଏବଂ କତିପୟ ଅଧ୍ୟାପକ ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ ମଧୁବାବୁଙ୍କର ମହାନ ତ୍ୟାଗ ଓ ବଳିଦାନର ବଳିଷ୍ଠ କାହାଣୀ ସମ୍ବନ୍ଧରେ ଆଲୋଚନା କରିଥିଲେ  ।