ଅନୁଗୁଳ ରେଳଷ୍ଟେସନ ସମୀକ୍ଷା କଲେ ସାଂସଦ

ଅନଗୁଳ ରେଳଷ୍ଟେସନରେ ପହଂଚି ସମୀକ୍ଷା କରିଥିଲେ ସାଂସଦ ରୁଦ୍ରନାରାୟଣ ପାଣି   । ସମୀକ୍ଷା ବେଳେ ସାଂସଦଙ୍କ ସହ ଜÿିଲ୍ଲା ବିଜେପିର ପୂର୍ବତନ ସଭାପତି ଦିଲେଶ୍ୱର ପ୍ରଧାନ, ଜÿିଲ୍ଲା ବଜେପି କୋଷାଧ୍ୟକ୍ଷ୍ୟ ବିଶ୍ୱଜିତ ମିଶ୍ର ଏବଂ ପୂର୍ବତନ ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି ଉପସ୍ଥିତ ଥିଲେ  । ସାଂସଦଙ୍କ ସମୀକ୍ଷା ବେଳେ ରେଳ ବିଭାଗର ବରିଷ୍ଠ ବିଭାଗୀୟ ଇଞ୍ଜିନିୟର ଲୋକ ଶେଡ଼ ଦୀପନ ସରକାର, ଷ୍ଟେସନ ମ୍ୟାନେଜେର ପୂର୍ଣ୍ଣ ଚନ୍ଦ୍ର ସେଠି, ବ୍ୟବସାୟିକ ନିରୀକ୍ଷିକ ନିରଞ୍ଜନ ବରାଳ, ବରିଷ୍ଠ ସେକ୍ସନ ଇଞ୍ଜିନୟର ମନୋଜ କୁମାର ପାଣିଗ୍ରାହୀ ପ୍ରମୁଖ ନିଜ ନିଜ ସ୍ୱେକ୍ସନରେ ହେଉଥିବା କାର୍ଯ୍ୟର ତଥ୍ୟ ସାଂସଦଙ୍କୁ ପ୍ରଦାନ କରିଥିଲେ  । ତନ୍ମମଧ୍ୟରେ ଷ୍ଟେସନ ମ୍ୟାନେଜେରଙ୍କୁ ଷ୍ଟେସନର ଯାତ୍ରୀ ମାନଙ୍କର କଣ ସମସ୍ୟା ଅଛି ସେ ବିଷୟରେ ପଚାରି ଥିଲେ ସାଂସଦ କଣ କଲେ ଯାତ୍ରୀ ମାନେ ଉତ୍ତମ ସେବା ପାଇ ପାରିବେ ସେ ବିଷୟରେ ଷ୍ଟେସନ ମ୍ୟାନେଜେରଙ୍କ ମତାମତ ଗ୍ରହଣ କରିଥିଲେ  । ଷ୍ଟେସନ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇ ଥିବା ସିଟିଇନ୍ଫରା ନାମକ ଘରୋଇ ସଂସ୍ଥା କିପରି କାର୍ଯ୍ୟ କରୁଛି ତାବିଷୟରେ ପଚାରି ବୁଝିଥିଲେ ଘରୋଇ ସଂସ୍ଥା ର କର୍ମଚାରୀ ମାନଙ୍କୁ  । ଲୋକଶେଡର ସରକାର ବାବୁଙ୍କୁ ନିର୍ମାଣଧୀନ ବିଭିନ୍ନ କାର୍ଯ୍ୟ ଯେପରି ଯାତ୍ରୀ ଶେଡ଼, ନୂଆ ଫୂଟ ଓଭଏରବ୍ରିଜେ କାର୍ଯ୍ୟର ଅଗ୍ରଗତି, ଯାତ୍ରୀ ମାନଙ୍କ ପାଇଁ ନିର୍ମିତ ହେବାକୁ ଥିବା ତାଳଚେର ରୋଡ ଷ୍ଟେସନ ଠାରେ ଲିଫ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ଅନଗୁଳ ଷ୍ଟେସନ ଠାରେ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳର ମିଳିବା ପାଈଁ ଜିନ୍ଦଲ କଂପାନୀ ସହାୟତାରେ ହେଉଥିବା ବୃହତ ସୁଧ ପାନୀୟ ଜଳ ପ୍ରକଳ୍ପର ନିର୍ମାଣରେ ଅଗ୍ରଗତି, ଗୂଡ଼ସ ପରିବହନ ନିମନ୍ତେ ନିର୍ମାଣଧୀନ ଶେଡ ଉଭୟ ଅନଗୁଳ ଷ୍ଟେସନ ଏବଂ କେରଜାଙ୍ଗ ଷ୍ଟେସନ ର ଅଗ୍ରଗତି ବିଷୟରେ ପଚାରି ତଥ୍ୟା ଗ୍ରହଣ କରିଥିଲେ  । ନିର୍ମାଣଧୀନ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇ ପାରିବ ଏବଂ ଯାତ୍ରୀ ମାନେ ତାର ତୁରନ୍ତ ସୁବିଧା ପାଇପାରିବେ ସେ ବିଷୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ  । ଯାତ୍ରୀ ମାନଙ୍କର କିପରି ଟିକେଟ କାଟିବାରେ କୌଣସି ଅସୁବିଧା ପରିଲକ୍ଷିତ ନହୁଏ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବାକୁ ବାଣିଜିକ ନିରୀକ୍ଷିକ  ଏବଂ ଷ୍ଟେସନ ମ୍ୟାନେଜେରଙ୍କୁ ପରାମର୍ଶ ଦେଇଥିଲେ  ।