ମଧ୍ୟାହ୍ନ ଭୋଜନ ଓ ପୋଷାକରେ ସୀମିତ ବିଦ୍ୟାଳୟ


ଭଣ୍ଡାରୀପୋଖରୀରୁ ରାଜେନ୍ଦ୍ର ଶତପଥୀ 
ମଧ୍ୟାହ୍ନ ଭୋଜନ ଓ ପୋଷାକରେ ·ଲିଛି ବିଦ୍ୟାଳୟ । ନାହିଁ ଭିତ୍ତିଭୂମି । ଜଣେ ମାତ୍ର ଶିକ୍ଷକ । ଏମିତି ଚାଲିଛି ଶିକ୍ଷାଦାନ । କେବଳ ମଧ୍ୟାହ୍ନ ଭୋଜନ ଓ ପୋଷାକରେ ଚାଲିଛି ବିଦ୍ୟାଳୟ । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓଡିଶା ସରକାରଙ୍କ ଅନୁମୋଦିତ ପୂର୍ଣ୍ଣ ଅନୁଦାନ ଯୋଗ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ବର୍ତ୍ତମାନ ଶିକ୍ଷକ ଓ ଭିତ୍ତିଭୂମି ଅଭାବରେ ଗ୍ରାମାଞ୍ଚଳରେ କୋମଳମତି ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି । ୧୯୮୮ ମସିହାରେ ସ୍ଥାପିତ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ଷୋଳମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ବର୍ଷ ହେବ ମାତ୍ର ଜଣେ ଶିକ୍ଷକରେ ·ଲିଛି ଶିକ୍ଷାନୁଷ୍ଠାନ । ଷଷ୍ଠ ଓ ସପ୍ତମ ଦୁଇଟି ଶ୍ରେଣୀରେ ୩୪ ଜଣ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବା ବେଳେ ବିଦ୍ୟାଳୟରେ ମାତ୍ର ଦୁଇଗୋଟି କୋଠରୀ ଅଛି ଯାହାକି ଛାତରୁ ପାଣି ପଡ଼ୁଛି, ବର୍ଷା ଦିନେ ଛାତ ଓପରେ ଜରିପାଲ ଘୋଡ଼ା ଯାଇଛି । ନା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୌ·ଳୟ ବ୍ୟବସ୍ଥା ଅଛି ନା ପାନୀୟ ଜଳର ବ୍ୟବସ୍ଥା । ଏକ ନଳକୂପ ଅଛି ଯାହାକି ଅଧବେଳ ଖରାପ । ଅଫିସ କାର୍ଯ୍ୟ ପାଇଁ ଘର ଟିକିଏ ବି ନାହିଁ, ସରକାରଙ୍କ ପକ୍ଷରୁ କେବଳ ମଧ୍ୟାହ୍ନ ଭୋଜନ ଓ ପୋଷାକ ଛଡ଼ା ଆଉ  କୌଣସି ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ, ଜଣେ ମାତ୍ର ଶିକ୍ଷକରେ ଅଫିସ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ, ଶିକ୍ଷା ଦାନ କିପରି ହେଉଥିବ ଏଥିରୁ ଅନୁମେୟ । ବ୍ଲକ୍ ଶିକଷାଧିକାରୀ ଅଧିର ରଞ୍ଜନ ତରେଇଙ୍କୁ କହିବା କଥା ଖୁବ୍ ଶୀଘ୍ର ଶିକ୍ଷକ ଯୋଗାଇ ଦିଆଯିବ ଓ ଘର ପାଇଁ ବିଡିଓଙ୍କୁ ଚିଠି ଲେଖିବା ପାଇଁ କହିଛନ୍ତି ।