ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ତାଲିମ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ୨୫ ତାରିଖ ଦିନ ଦରବାର ହଲ ଠାରେ ଚାଇଲ୍ଡଲାଇନ ସଦସ୍ୟ ଓ ଜିଲ୍ଲାର ବିଭିନ୍ନ ଶିଶୁ ଯନô ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ଯନô ଓ ସୁରକ୍ଷା ଲୋଡୁଥିବା ଶିଶୁମାନଙ୍କ ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ନିୟୋଜିତ ଥିବା କର୍ମକର୍ତ୍ତା ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧୀୟ ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କେଶରୀ ସାମନ୍ତାରାୟ ଉଦଘାଟନ କରିଥିବା ସ୍ଥଳେ ଅତିରିକ୍ତ ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀଣ କୁମାର ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଅଧିକାର ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ପ୍ରିୟଙ୍କା ମଲ୍ଲିକ ଅନ୍ୟତମ ମୁଖ୍ୟ ଭାବେ ଯୋଗଦେଇ ଏହି ତାଲିମ ପ୍ରଦାନର ଉଦେ୍ଦଶ୍ୟ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଶିଶୁ ଅଧିକାର କର୍ମୀ ସରୋଜ କୁମାର ପଟ୍ଟନାୟକ ଅନ୍ୟତମ ତାଲିମ ଦାତା ଭାବେ ଯୋଗ ଦେଇ ଶିଶୁ ଗୃହରେ ସ୍ଥାନିତ ହେଉଥିବା ଶିଶୁ ମାନଙ୍କର ଥଇଥାନ ଏବଂ ପୁନରାର୍ପଣ ନିମନ୍ତେ ସେମାନଙ୍କର ବ୍ୟକ୍ତିଗତ ଯନô ଯୋଜନା କିପରି ପ୍ରସ୍ତୁତ କରାଯିବ ତାହା ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ ।