ମନମୋହୁଛି ୩୨ ପ୍ରକାର ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ବେଶ
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡାରେ ଥିବା ଓଡିଶାରେ ଦ୍ୱିତୀୟ ହନୁମାନଙ୍କ ବୃହତମ ବାଟିକା ଓ ପଞ୍ଚମ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାରେ ଯୋଗଦେଲେ ଶ୍ରୀକ୍ଷେତ୍ରର ଚୂନରା ସେବାୟତ ନୃସିଂହ ମହାପାତ୍ର ।
ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଆଧାତ୍ମିକ ପରିବେଶ ସାଙ୍ଗକୁ ହଜାରେ ହଜାର ଭକ୍ତଙ୍କ ସମାଙ୍ଗମ ଦେଖିବାକୁ ମିଳିଛି । ମହିଳାଙ୍କ ଦ୍ୱାରା ନରେନ୍ଦ୍ରପୁର ସ୍ଥିତ ମା’ ପାଟଣ ମଙ୍ଗଳାଙ୍କ ପୁଷ୍ପରିଣୀରୁ ୧୦୦୧ ପୂର୍ଣ୍ଣ କଳସରେ ଜଳ ସଂଗ୍ରହ କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ ପୁରୀ ବଡ଼ଚ୍ଛତା ମଠ ମହାରାଜ ସୂର୍ଯ୍ୟ ନାରାୟଣ ଦାସ ମହାରାଜଙ୍କ ପ୍ରଚେଷ୍ଟାରେ ନିର୍ମାଣ କରାଯାଇଛି ମହାପ୍ରଭୁ ଜଗନ୍ନାଥଙ୍କର ୩୨ ବେଶ ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଶ୍ରୀକ୍ଷେତ୍ର ଧାମର ଚୂନରା ସେବାୟତ ନୃସିଂହ ମହାପାତ୍ର ଯୋଗଦାନ କରି ଜଗନ୍ନାଥଙ୍କର ବିଭିନ୍ନ ବେଶକୁ ସର୍ବସାଧାରଣ ଦର୍ଶନ ପାଇଁ ଉଦଘାଟନ କରିଛନ୍ତି । ଓଡ଼ିଶାର ବିଭିନ୍ନ ମଠ, ମନ୍ଦିରରୁ - ମହନ୍ତ, ସାଧୁସନ୍ଥ ମାନେ ଏହି ବାର୍ଷିକଉସôବ କାର୍ଯ୍ୟକ୍ରମରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି । ସଂକୀର୍ତନ, ଯଜ୍ଞ, ପ୍ରବଚନ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆନନ୍ଦବଜାରରେ ପ୍ରସାଦ ସେବନର ବନେ୍ଦାବସ୍ତ କରାଯାଇଛି । ପ୍ରତ୍ୟେକ ଦିନ ଆଖପାଖି ଅଞ୍ଚଳରୁ ହଜାର ହଜାର ଭକ୍ତ ଙ୍କର ସମାଗମ ହେଉଥିବା ବେଳେ ଲୋକମାନେ ମହାବୀରଙ୍କର ଦର୍ଶନ ପୂଜାର୍ଚ୍ଚନା କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ହନୁମାନ ବାଟିକାର ଭରପୁର ଆନନ୍ଦ ନେଉଛନ୍ତି ।