କୁଲଡ଼ିହାରୁ ଠାବ ହେଲା ଭୁଇ ଚଢେଇ
ନିଳଗିରିର ଟୁରିଷ୍ଟ ଗାଇଡ ମନୋରଞ୍ଜନ ଦାସ ଶନିବାର ଦିନ ଏକ ବିରଳ ତଥା ପ୍ରଥମ ଥର ପାଇଁ କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରୁ ଭୂଈ ଚଢେଇ (ଶାବାନା ନାଇଟି ଜାର) ପକ୍ଷୀଟିକୁ ନିଜ କ୍ୟାମେରାରେ ଠାବ କରିଛନ୍ତି । ଏହା ଏକ ନିଶାଚର୍ ପକ୍ଷୀ ଅଟେ । ଏହି ପକ୍ଷୀଟି ଭାରତ, ଶ୍ରୀଲଙ୍କା ଠାରୁ ଆରମ୍ଭ କରି ଇଣ୍ଡୋନେସିଆ, ଫିଲିପାଇନସ ସମେତ ଦକ୍ଷିଣ, ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳେ ବୋଲି ମନୋରଞ୍ଜନ ଦାସ ପ୍ରକାଶ କରିଛନ୍ତି । ଉକ୍ତ ପକ୍ଷୀଟି ଜଙ୍ଗଲର ଖୋଲା ପ୍ରାକୃତିକ ପରିବେଶରେ ରହିବାକୁ ପସନ୍ଦ କରନ୍ତି । ଏହି ବିରଳ ପ୍ରଜାତିର ପକ୍ଷୀଟି କୁଲଡ଼ିହା ଅଭୟାରଣ୍ୟ ବିବିଧତାକୁ ବଢ଼ାଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ରେକଡ୍ ଓଡ଼ିଶାର ପକ୍ଷୀ ବିବିଧତାକୁ ସମୃଦ୍ଧ କରିଛି । ଏହି ପକ୍ଷୀଟି ଦିନ ସାରା ବାହାରକୁ ନ ବାହାରି ପଥର ସହିତ ପଥର ପାଲଟି, ପତ୍ର ସହିତ ପତ୍ର ହୋଇ ରହି ଥାଏ । ରାତି ହେଲେ ନିଶା ଚର ଭାବେ ବୁଲେ । ଝିଣ୍ଟିକା, ପୋକ ଆଦି ଖାଦ୍ୟ ରୁପେ ଆହାର କରିଥାଏ । ମାତ୍ର ବନ ବିଭାଗ ପକ୍ଷୀ ଗଣନା ସମୟରେ ଉକ୍ତ ବିରଳ ପକ୍ଷୀଟିକୁ ଠାବ କରିବାରେ ବିଫଳ ହୋଇଥିବା ବେଳେ, ଗାଇଡ ମନୋରଞ୍ଜନ ଦାସ ଏହାକୁ ଠାବ କରିଛନ୍ତି ।