କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା
ଚମ୍ପୁଆ : ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ପରିକ୍ଷାରେ ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଏ୧ ଗ୍ରେଡରେ ପାସ କରିଥିବା ୪ ଛାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉସôବରେ ସଭାପତି ରମାକାନ୍ତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତ, ସମ୍ପାଦକ ଭୋଳାନାଥ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ସଦାନନ୍ଦ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଅମରଜିତ ମହାନ୍ତ (୫୬୫), ତାପସ କୁମାର ମହାନ୍ତ(୫୬୦)ଚନ୍ଦନ କୁମାର ପ୍ରଧାନ(୫୬୦) ଓ ପ୍ରିତମ କୁମାର ଗିରିଙ୍କୁ ସମସ୍ତ ଅଭିଭାବକ ଓ ଅଭିଭାବିକାଙ୍କ ଉପସ୍ଥିତିରେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଅତିଥି ମାନେ ଛାତ୍ର ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଏହି ସଫଳତାକୁ ବଜାଇରଖିବାକୁ ପରାର୍ମଶ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜି,ଗୁରୁମା ମାନଙ୍କ ସହେଯାଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।