ସଶକ୍ତ ହେଲା ଓଡିଶା ବିଦୁ୍ୟତ୍ କର୍ମଚାରୀ ମହାସଂଘ  

 ବ୍ୟାସନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିÿଶା ବିଦୁ୍ୟତ କର୍ମଚାରୀ ମହାସଙ୍ଘର ଉପଦେଷ୍ଟା ଦିଲ୍ଲୀପ ରାୟଙ୍କ ଉପସ୍ଥିତିରେ ମହାସଙ୍ଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି ଓ ସାଧାରଣ ସମ୍ପାଦକ ଅମରଜୁମର ପ୍ରତାପ ସିଂଙ୍କ ନେତୃତ୍ୱରେ ଉତ୍ତର ଓଡିଶାର ବିଦୁ୍ୟତ୍ ଶ୍ରମିକଙ୍କ ଦ୍ୱାରା ଶ୍ରମିକ ସାଥି ଜ୍ୟୋତିକୃଷ୍ଣ ବେହେରାଙ୍କ ସହ ୪ହଜାରରୁ ଅଧିକ ଶ୍ରମିକ ଓଡିଶା ବିଦୁ୍ୟତ କର୍ମଚାରୀ ମହାସଙ୍ଘ ସହ ସହବନ୍ଧିତ ହେବା ଦ୍ୱାରା ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିଅନର ହାତ ମୁଠା ସଶକ୍ତ ହୋଇଛି । ବୈଠକରେ ଉତର ଓଡ଼ିଶାର ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ମହାସଙ୍ଘର ଉପଦେଷ୍ଠାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହାସଂଘର ଉତ୍ତର ଓଡିଶା ଶାଖା ସମ୍ପାଦକ ହରିଶ ଚନ୍ଦ୍ର ଦାସ, ଯାଜପୁର ସର୍କଲ ସମ୍ପାଦକ ବିପ୍ଳବ ସାମନ୍ତରାଏ, ମହାସଙ୍ଘର ଯୁଗ୍ମସମ୍ପାଦକ ସାଥି ପ୍ରିୟବ୍ରତ ଓ ଉତର ଓଡିଶା ନେସ୍କୋ ପାୱାର ଏମ୍ପଲୋଇଜ ୟୁନିୟନର ବରିଷ୍ଠ ସଂଗଠକ ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଦେବାଶିଷ ବେହେରା, ଶ୍ରୀକାନ୍ତ ବେହୁରିଆ, ବିପଦ ଭଞ୍ଜନ ଦାସ, ପ୍ରମୋଦ ପାତ୍ର, ହେମନ୍ତ କୁମାର ନାୟକ, ସଞ୍ଜୟ ଘୋଷ, ବୁଦେ୍ଧଶ୍ୱର ମାରାଣ୍ଡି, ଅମିରୁଧିନ ଖାନ, ବିଭୁଦତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।