ଚାଷଜମିରେ ବର୍ଜ୍ୟ ପାଉଁଶ : ପ୍ରଦୂଷଣ ବିଭାଗ ଦୃଷ୍ଟି ପଡ଼ିବ କେବେ?

 ଦାନଗଦୀ: କାରଖାନାରରୁ ନିର୍ଗତ କଳା ଧଳା ବର୍ଜ୍ୟ ପାଉଁଶ ବ୍ୟବହାର କେତେ କ୍ଷିତକାରକ ତାହା କାହାକୁ ଅଛପା ନାହ । ଯେଉଁ ବର୍ଯ୍ୟ ପାଉଁଶ ଅନେକାଂଶରେ କଳିଙ୍ଗନଗର ଶିଳ୍ପଞ୍ଚଳ ବାୟୁ, ଜଳକୁ ପ୍ରଦୂଷଣ କରୁୂଥିବା କଥା କୁହାଯାଇଥାଏ । ହେଲେ ଆଶ୍ଚର୍ଯ୍ୟର କଥା ବିଶାକ୍ତ ପାଉଁଶକୁ କାରଖାନା କର୍ତ୍ତୁପକ୍ଷ ସୁରକ୍ଷିତ ରଖିବାକୁ ନିଦେ୍ର୍ଦଶ ରହିଥିଲେ ହେଁ ଏହା କେବଳ ପ୍ରଚାରରେ ସିମିତ ରହିଯାଇଛି । ଖୁଲଖୁଲା ବର୍ଯ୍ୟ ପାଉଁଶ ଏଠି ସେଠି ପଡ଼ୁଥିବା ବେଳେ ପ୍ରଦୂଷଣ ବିଭାଗ ମଧ୍ୟ ନୀରବ ଦ୍ରଷ୍ଟା ସାଜିଛି । ସୁକିନ୍ଦା ତହସିଲ ଅଧୀନରେ ପିଙ୍ଗଲ ପଞ୍ଚାୟତ ନିମପଲ୍ଲୀ ଗ୍ରାମର ଖାତା ନମ୍ବର ୩୦୩ ଓ ପ୍ଲଟ ନମ୍ବର ୨୪୮୩ ରେ ରାଜପଥ କଡରେ ଏପରି ଶତାଧିକ ଟ୍ରିପ ପାଉଁଶ ଗଦା ହୋଇଛି । ଏହି ପାଉଁଶ ପକାଇବା ଯାହାକି ସଂପୃର୍ଣ ବେଆଇନ ବୋଲି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ କହୁଥିବା ବେଳେ କାହା ସ୍ୱାର୍ଥରେ ସେଠାରେ ଏତେ ମାତ୍ରାରେ ପାଉଁଶ ପକାଇ ଜମିକୁ ସମତଳ କରିଚି ତାହାକୁ ନେଇ ପ୍ରଶ୍ନ ସଷ୍ଟି କରିଛି । କଳିଙ୍ଗନଗରରେ ଥିବା ସାଧାରଣ ଲୋକଙ୍କ ଜୀବନ ସହିତ ଖେଳା ଯାଉଛି ବୋଲି ଅଭିଯୋଗ ଆସୁଥିବା ବେଳେସାମନ୍ୟ ପବନ ହେଲେ ପାଉଁଶ ଉଡ଼ୁଛି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଉକ୍ତ ପାଉଁଶ ବର୍ଜ୍ୟବସ୍ତୁ ଚାଷଜମି ଓ ବୁଲୁଥିବା ଗୃହ ପାଳିତ ପଶୁ ମାନଙ୍କ ପ୍ରତି ବିପଦ । ଏହି ବର୍ଜ୍ୟବସ୍ତୁ ଦ୍ୱାର ମଣିଷର ବିଭିନ୍ନ ରୋଗ ପଡିଥାଏ । କଳିଙ୍ଗନଗର ଅଂଚଳରେ ବିଭିନ୍ନ ପ୍ରଦୂଷଣ ବହୁ ଲୋକ ମଲେଣି ଓ ବହୁ ଆକ୍ରାନ୍ତ । ଏହି ପାଉଁଶ ଏକ କଳିଙ୍ଗନଗର ଶିଳ୍ପାଂଚଳରେ ଖୋଲାମେଲାରେ ବିଛେଇ ହୋଇପଡ଼ିଛି । ଏହାସହ ଖୋଲା ବଜାରରେ ଏହା ବିକ୍ରି ହେଉଥିବାବାରମ୍ବାର ଅଭିଯୋଗ ହେଉଛି । ଯାହାକି ଛକ, ଚାଷ ଜମି, ଗୋଚର ଓ ଅନାବାଦୀରେ ଏକତ୍ରିତ କରି ଠିକାଦାରୀ ବିକ୍ରି କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି କି ରାଜରାସ୍ତା କଡରେ ଓ ଚାଷ ଜମିରେ କେଉଁଠୁ କିଏ ଆଣି ପକାଇଛି ତାହା ତଦନ୍ତ ସାପେକ୍ଷ । ଏହି ଚାଷ ଜମିକୁ ଲାଗି ବ୍ରାହ୍ମଣୀ ନଦୀ ଥିବାରୁ ବର୍ଷା ହେଲେ ଏହା ନଦୀ ଜଳରେ ଏହି ପାଉଁଶ ପାଣି ବୋହି ଯାଇ ମିଶିବ । ଚାଷୀ ମାନେ ଏହାର ଉଚିତ ତଦନ୍ତ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ନିବେଦନ କରିଛନ୍ତି ।